ଗଞ୍ଜେଇ ଜବତ : ୫ ଗିରଫ

0

ମାଲକାନଗିରି : ମଙ୍ଗଳବାର ରାତିରେ ବାଲିମେଳା ରାସ୍ତାରୁ ଅର୍‍କେଲ୍‍ ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହିତ ପାଞ୍ଚ ଜଣଙ୍କୁ ଗିରଫ କରିଛି। ରାତିରେ ପୁଲିସ ପାଟ୍ରୋଲିଙ୍ଗ୍‍ କରୁଥିବା ସମୟରେ ଗୋଟିଏ ଟାଟା ଇଣ୍ଡିଗୋ କାର୍‍ ଓ ଏକ ମଟର ସାଇକେଲକୁ ସନ୍ଦେହ ଜନକ ଭାବେ ଠାବ କରିଥିଲା। ଖସି ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ପୁଲିସ ଦୁଇ ଗାଡ଼ିକୁ ଅଟକାଇଥିଲା। ଯାଞ୍ଚ କରିବା ପରେ ସେଥିରେ ୧୦୬ କିଲୋ ଗଞ୍ଜେଇ ଥିବା ଜଣା ପଡ଼ିଥିଲା। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୁଲିସ ଆଶିଷ ମାଲଭ୍ୟ, ରାଜେଶ ଚୌକ୍‍ସି, ଜଗତ ସିଂହ, ପରଶୁରାମ ଖିଲୋ ଓ ବୁଡ଼ୁ ଖୋରାଙ୍କୁ ଗିରଫ କରିଛି। ସେମାନେ ଚିତ୍ରକୋଣ୍ଡାରୁ ଭୋପାଲ ଗଞ୍ଜେଇ ଚାଲାଣ କରୁଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି। ଚାଲାଣରେ ବ୍ୟବହୃତ ଏକ ଟାଟା ଇଣ୍ଡିଗୋ କାର୍‍ ଓ ଏକ ମଟର ସାଇକେଲକୁ ପୁଲିସ ଜବତ କରିଛି।

Leave A Reply