ମାରଣାସ୍ତ୍ର ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

0

ବରଗଡ: ପଦମପୁର ଥାନା ପୁଲିସ ଗଞ୍ଜେଇ ଚାଲାଣ ବେଳେ ଜଣକୁ ଗିରଫ କରିଛି। ଅଭିଯୁକ୍ତ ଏମଡି ଅର୍ସଦ ବୋଲେରୋରେ ଗଞ୍ଜେଇ ନେଇ ପଦମପୁରରୁ ଛତିଶଗଡର ସରେଇପଲ୍ଲୀ ଯାଉଥିଲା। ଗଞ୍ଜେଇ ଚାଲାଣ କରୁଥିବା ସମୟରେ ଜଗଲପୁର ନିକଟରେ ପୁଲିସ ହାତରେ ଧରା ପଡିଥିଲା। ତା ନିକଟରୁ ୧.୧୬୦ କେ.ଜି ଗଞ୍ଜେଇ, ଗୋଟିଏ ମୋବାଇଲ ଫୋନ, ୪୫୦ଟଙ୍କା, ଗୋଟିଏ ବନ୍ଧୁକ ଓ ବୋଲେରୋ ଗାଡି ଜବତ ହୋଇଛି। ଅର୍ସଦ ନାମରେ ପୂର୍ବରୁ ଅନେକ ଥାନାରେ ଏକାଧିକ ମାମଲା ରହିଛି।

Leave A Reply