ଗଞ୍ଜେଇ ସହ ନଗଦ ଟଙ୍କା ଜବତ, ୩ ଗିରଫ

0

ସୁନ୍ଦରଗଡ: ରାଉରକେଲା ପାୱାର ହାଉସ୍ ରାସ୍ତା ନିକଟରେ ୧୧ କେଜି ଗଞ୍ଜେଇ ଜବତ ହୋଇଛି। ବେଆଇନ ଗଞ୍ଜେଇ ଚାଲଣ କରିବା ଅଭିଯୋଗରେ ପୁଲିସ ଦୁଇ ଜଣଙ୍କ ଗିରଫ କରିଛି । ସେମାନେ ହେଲେ ସୁନ୍ଦରଗଡର ପ୍ରଶାନ୍ତ କୁମାର ମହାନ୍ତି(୨୫), ଭୀମସେନ ଦାସ (୪୫) ଓ ଅଶୋକ ଦାସ(୨୨)। ସୋମବାର ସନ୍ଧ୍ୟା ୬ଟା ବେଳେ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ଗିରଫ ବେଳେ ସେମାନଙ୍କ ନିକଟରୁ ଗଞ୍ଜେଇ ସହ ନଗଦ ୩୨ ହଜାର ଟଙ୍କା ଓ ଗୋଟିଏ ସ୍କୁଟି ଜବତ କରିଛି । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲଣ କରାଯାଇଛି।

Leave A Reply