ଦୁର୍ଘଟଣାଗ୍ରସ୍ତ କାରରୁ ଗଞ୍ଜେଇ ଜବତ

0

ଭୁବନେଶ୍ୱର: ଏକ ଦୁର୍ଘଟଣାଗ୍ରସ୍ତ କାରରୁ ଗଞ୍ଜେଇ ଜବତ ହୋଇଛି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଥିବା ବେଳେ ପୁଲିସ କାର ମଧ୍ୟରୁ ୯୮ କେଜି ଗଞ୍ଜେଇ ଜବତ କରିଛି।

ସୂଚନାଯୋଗ୍ୟ, ଗତକାଲି ରାତିରେ ୧୬ ନମ୍ବର ଜାତୀୟ ରାଜପଥରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ କାର ବ୍ରହ୍ମପୁର ପଟୁ ଦୃତଗତିରେ ଆସି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ତୁରନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ କାରରେ କେହି ନଥିଲେ । ପୁଲିସ କାରଟିକୁ ଜବତ କରି ତନଖି କରିବା ପରେ ସେଥିରୁ ୪୦ଟି ପ୍ୟାକେଟ୍‌ ଗଞ୍ଜେଇ ଜବତ ହୋଇଥିଲା ।

Leave A Reply