କଟକ ରେଳ ଷ୍ଟେସନରୁ ୨ କ୍ୱିଣ୍ଟାଲ୍‌ ଗଞ୍ଜେଇ ଜବତ

0

କଟକ: କଟକ ରେଳ ଷ୍ଟେସନରୁ ବହୁ ପରିମାଣରେ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ଚାଲଣ ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ଗତକାଲି ରାତି ପ୍ରାୟ ୧ଟା ବେଳେ ଅବକାରୀ ବିଭାଗ କର୍ମଚାରୀ ପୁରୀ-ପାଟନା ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଚଢଉ କରିଥିଲେ । ଚଢଉ ବେଳେ ଉକ୍ତ ବଗିରୁ ପ୍ରାୟ ୨ କ୍ୱିଣ୍ଟାଲ୍‌ ଗଞ୍ଜେଇ ଜବତ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏଥିରେ ସଂପୃକ୍ତ ଥିବା ମାନସ ରଞ୍ଜନ ସିଂହ ନାମକ ଜଣଙ୍କୁ ଗିରଫ କରାଯାଇଛି।

Leave A Reply