ବେଆଇନ ଗଞ୍ଜେଇ କାରବାର; ଜଣେ ଗିରଫ ଓ ୨ କୁଇଣ୍ଟାଲ ଗଞ୍ଜେଇ ଜବତ

0

ଭୁବନେଶ୍ବର/ ସୋନପୁର: ବେଆଇନ ଗଞ୍ଜେଇ କାରବାର ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ନାମ ହେଲା ହରିଶ ସାହୁ। ସୋନପୁର ଜିଲା ତାରଭା ପାଣ୍ଡକିମଲ ଗାଁର ହରିଶ ସାହୁ ବେଆଇନ ଗଞ୍ଜେଇ ମହଜୁଦ ରଖିଥିବା ଖବର ପାଇ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ତାଙ୍କ ଘରେ ଚଢଉ କରିଥିଲା। ଚଢଉ ବେଳେ ଘରୁ ପ୍ରାୟ ଦୁଇ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ହରିଶଙ୍କ ନାମରେ ମାମଲା ରୁଜୁ କରିବା ସହ ତାଙ୍କର କୌଣସି ଆନ୍ତଃଜିଲା କିମ୍ବା ଆନ୍ତଃରାଜ୍ୟ ରାକେଟ ସହ ସମ୍ପୃକ୍ତି ଅଛି କି ନାହିଁ ସେ ସମ୍ପର୍କରେ ସ୍ବତନ୍ତ୍ର ଟିମ୍ ଅଧିକ ଖୋଳତାଡ କରୁଛି ।

Leave A Reply