ଆଞ୍ଜିଓପ୍ଲାଷ୍ଟି ପରେ ଗାଙ୍ଗୁଲିଙ୍କ ଅବସ୍ଥା ସ୍ଥିର

କଲକାତା: ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ହୃଦଯନ୍ତ୍ରକୁ ରକ୍ତ ଯୋଗାଉଥିବା ଦୁଇଟି ଧମନୀରେ ଅବରୋଧ ଥିବା ଜଣାପଡ଼ିବା ପରେ ଗୁରୁବାର ସ୍ଥାନୀୟ ଆପୋଲୋ ଡାକ୍ତରଖାନାରେ ଆଞ୍ଜିଓପ୍ଲାଷ୍ଟି କରାଯିବା ସହ ୨ଟି ଷ୍ଟେଣ୍ଟ୍‌ ଲଗାଯାଇଥିଲା। ଆଞ୍ଜିଓପ୍ଲାଷ୍ଟି ପରେ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ଗୁରୁବାର ରାତିରେ ଗାଙ୍ଗୁଲିଙ୍କୁ ଭଲ ନିଦ ହୋଇଥିଲା।

ଶୁକ୍ରବାର ଡାକ୍ତରମାନେ କେତେକ ପରୀକ୍ଷା କରିଥିବା ଡାକ୍ତରଖାନା ସୂତ୍ରରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଗାଙ୍ଗୁଲି ଆଇସିୟୁରୁ ଜେନେରାଲ୍‌ ୱାର୍ଡକୁ ଯାଇଥିବା ଜଣାପଡ଼ିଛି। ପ୍ରଖ୍ୟାତ ଡାକ୍ତର ଦେବୀ ସେଟ୍ଟି ଓ ଅଶ୍ବିନ ମେହେଟ୍ଟା ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।

Comments are closed.