ବିସିସିଆଇର ସଭାପତି ହେଲେ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବୁଧବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିସିସିଆଇର ୩୯ତମ ଅଧ୍ୟକ୍ଷ ଭାବେ ସୌରଭ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଗାଙ୍ଗୁଲି ଦାୟିତ୍ୱ ନେବା ପରେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ)ର ୩୩ମାସ ଧରି ଚାଲିଥିବା ଶାସନ ଯୁଗ ଶେଷ ହୋଇଛି।

୪୭ ବର୍ଷ ବୟସ୍କ ଗାଙ୍ଗୁଲି ମାତ୍ର ୧୦ ମାସ ପାଇଁ ଏହି ପଦରେ ରହିପାରିବେ। ଲୋଧା କମିଟି ସୁପାରିସ ଅନୁସାରେ ତାଙ୍କୁ ୨୦୨୦ ସେପ୍ଟେମ୍ବରରୁ ସ୍ଥାନ ରିକ୍ତ କରିବାକୁ ପଡ଼ିବ।

Comments are closed.