ବାର୍ସେଲୋନା କ୍ଲବ ପକ୍ଷରୁ ଗାଙ୍ଗୁଲିଙ୍କୁ ଜର୍ସି ଉପହାର

0

ନୂଆଦିଲ୍ଲୀ : ବିଶ୍ବର ଅନ୍ୟତମ ଖ୍ୟାତିସମ୍ପନ୍ନ ଫୁଟବଲ କ୍ଲବ ’ବାର୍ସେଲୋନା ଏଫ୍‌ସି’ ପକ୍ଷରୁ ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଉପହାର ସ୍ବରୂପ ଏକ ଜର୍ସି ପ୍ରଦାନ କରାଯାଇଛି। ଉକ୍ତ ଜର୍ସିରେ ’ଦାଦା ୯୯’ ବୋଲି ଲେଖାଯାଇଛି। ଗାଙ୍ଗୁଲି ସଂପ୍ରତି ସ୍ପେନ ଗସ୍ତରେ ଯାଇଥିବାବେଳେ ନୌ କ୍ୟାମ୍ପସ୍ଥିତ ବାର୍ସେଲୋନା କ୍ଲବର ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ଏହି ଅବସରରେ କ୍ଲବର ପରିଚାଳନା କମିଟି ସଦସ୍ୟ ଓରିଓଲ ଥୋମାସ ଗାଙ୍ଗୁଲିଙ୍କୁ ଏହି ସ୍ବତନ୍ତ୍ର ଜର୍ସି ଉପହାର ସ୍ବରୂପ ଦେଇଛନ୍ତି। କ୍ଲବ ପକ୍ଷରୁ ଉକ୍ତ ଫଟୋକୁ ଟ୍ବିଟରରେ ଅପ୍‌ଲୋଡ୍‌ କରାଯାଇଛି। ଖ୍ୟାତନାମା କ୍ରିକେଟର ହୋଇଥିବା ସତ୍ତ୍ବେ ଫୁଟବଲ ଖେଳ ପ୍ରତି ଗାଙ୍ଗୁଲିଙ୍କର ଯଥେଷ୍ଟ ରୁଚି ରହିଛି। ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ) ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ’ଆଟ୍‌ଲେଟିକୋ ଡି କଲକାତା’ ଦଳ​‌େ​‌ର ଗାଙ୍ଗୁଲିଙ୍କ ମାଲିକାନା ସ୍ବତ୍ବ ରହିଛି।

Leave A Reply