ରିଲିଜ୍‌ ହେଲା ‘ଗଙ୍ଗୁବାଈ କାଠିଆୱାଡ଼ି’ ଟ୍ରେଲର; ଜବରଦସ୍ତ ଅନ୍ଦାଜରେ ଆଲିଆ

ମୁମ୍ବଇ: ଆଲିଆ ଭଟ୍ଟ ଅଭିନୀତି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗଙ୍ଗୁବାଈ କାଠିଆୱାଡ଼ି’ର ଟ୍ରେଲର ଶୁକ୍ରବାର ରିଲିଜ୍‌ ହୋଇଛି। ଏହି ଚଳଚ୍ଚିତ୍ରକୁ ନେଇ ପ୍ରଶଂସକ ଖୁବ୍‌ ଉତ୍ସାହିତ ଅଛନ୍ତି ଏବଂ ଟ୍ରେଲର ରିଲିଜ୍‌ ହେବା ପରେ ଏହାକୁ ବହୁତ ଭଲପାଇବା ମିଳୁଛି।

ଟ୍ରେଲରରେ ଆଲିଆଙ୍କ ଭିନ୍ନ ଅନ୍ଦାଜ୍‌ ଦେଖିବାକୁ ମିଳିଛି। ନିଆରା ଅବତାରକୁ ଜବରଦସ୍ତ ଅଭିନୟ ଦର୍ଶକଙ୍କ ମନ ମୋହିଛି। ଟ୍ରେଲରରୁ ଜଣାପଡ଼ୁଛି ଯେ ଆଲିଆ ଏଥର ବଡ଼ ପରଦାରେ ହଇଚଇ ସୃଷ୍ଟି କରିବେ। ଟ୍ରେଲରରେ ବିଜୟ ରାଜଙ୍କୁ ମଧ୍ୟ ଅଲଗା ଅବତାରରେ ଦେଖିବାକୁ ମିଳିଛି। ଅଜୟ ଦେବଗନ ଲାଲା ଭୂମିକାରେ ଅଭିନୟ କିରଛନ୍ତି।

ଏହି ଚଳଚ୍ଚିତ୍ରରେ ଆଲିଆଙ୍କ ସହ ଟିଭି ଅଭିନେତା ଶାନ୍ତନୁ ମାହେଶ୍ବରୀ କାମ କରିଛନ୍ତି। ଏହା ବ୍ୟତୀତ ବିଜୟ ରାଜ, ଅଜୟ ଦେବଗନ, ସୀମା ପାହୱା, ଜିମ ସରଭ ପ୍ରମୁଖଙ୍କୁ ଫିଲ୍ମରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ‘ଗଙ୍ଗୁବାଈ କାଠିଆୱାଡ଼ି’ ୨୫ ଫେବୃୟାରୀରେ ମୁକ୍ତିଲାଭ କରିବ।

 

Comments are closed.