ଚୌଦ୍ୱାର ଜେଲରେ ଗ୍ୟାଙ୍ଗଷ୍ଟର ହାଇଦର

ଚୌଦ୍ୱାର : ଚୌଦ୍ୱାର ଜେଲରେ ଗ୍ୟାଙ୍ଗଷ୍ଟର ହାଇଦର। ଏସ୍‍ଡିଜେଏମ କୋର୍ଟରୁ କମିଶନରେଟ ପୁଲିସ କଡା ସୁରକ୍ଷା ବଳୟ ମଧ୍ୟରେ ଶୁକ୍ରବାର ରାତିରେ ହାଇଦରକୁ ଚୌଦ୍ୱାର ଜେଲକୁ ଅଣାଯାଇଛି।  ପୁଲିସ ହାଇଦରକୁ ଚୌଦ୍ୱାର ଜେଲରେ ପହଞ୍ଚାଇ ଜେଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛି। ଜେଲ୍ କର୍ତ୍ତୃପକ୍ଷ ତାକୁ ଜେଲ୍ ଭିତରେ କଡା ସୁରକ୍ଷା ଭିତରେ ରଖିଥିବା ଜଣାପଡ଼ିଛି।ଜୋନ-୧ ଏସିପି ଅମରେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍ ହାଇଦରକୁ ଆଣି ଚୌଦ୍ୱାର ଜେଲରେ ପହହଞ୍ଚାଇଛନ୍ତି।  କୋର୍ଟର ଅନୁମତି କ୍ରମେ ଶନିବାର ଠାରୁ ୭ଦିନିଆ ରିମାଣ୍ଡରେ ନେଇ ଅଧିକ ତଦନ୍ତ ଜାରୀ ରଖିବ ବୋଲି ଏସିପି ଶ୍ରୀ ପଣ୍ଡା ସୁଚନା ଦେଇଛନ୍ତି।

Comments are closed.