କଟକ ଏସ୍‌ସିବି ମେଡ଼ିକାଲ୍‌ରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର: ସବୁ ଛକରେ ନାକାବନ୍ଦୀ, ଚାଲିଛି ବଡ଼ ସର୍ଚ୍ଚ ଅପରେସନ୍‌

ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍‌ ନେଇ ସ୍ପଷ୍ଟ କରିଛନ୍ତି ଜେଲ୍‌ ଡିଜି

ଭୁବନେଶ୍ବର: ଗ୍ୟାଙ୍ଗଷ୍ଟର ହାଇଦର କଟକ ଏସ୍‌ସିବି ମେଡ଼ିକାଲ୍‌ରୁ ଫେରାର୍‌ ହୋଇଯାଇଛି। ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍‌ ନେଇ ସ୍ପଷ୍ଟ କରିଛନ୍ତି ଜେଲ୍‌ ଡିଜି। କଟକ ଏସ୍‌ସିବି ମେଡ଼ିକାଲ୍‌ରୁ ଖସି ପଳାଇ ଯାଇଥିବା ସ୍ପଷ୍ଟ କରିଛନ୍ତି ଜେଲ୍‌ ଡିଜି ଏବଂ କହିଛନ୍ତି ଯେ ସୁରକ୍ଷାକର୍ମୀଙ୍କୁ ଧକ୍କା ମାରି ଖସି ପଳାଇଯାଇଥିଲା ହାଇଦର।
କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର କଟକ ଏସ୍‌ସିବି ମେଡ଼ିକାଲ୍‌ ସର୍ଜରୀ ୱାର୍ଡରୁ ଫେରାର ହେବାପରେ ଆଲର୍ଟରେ ପୁଲିସ। ହାଇଦରକୁ ଠାବ କରିବାକୁ ଯାଜପୁର ଓ କେନ୍ଦ୍ରାପଡା ଏସପିଙ୍କୁ ନିର୍ଦେଶ ଦିଆଯାଇଛି। ସେହିପରି କଟକ ଡିସିପି ମଧ୍ୟ ହାଇଦରକୁ ଧରିବାକୁ ଦାୟିତ୍ୱରେ ରହିଛନ୍ତି। ଚମ୍ପଟ ମାରିଥିବା ହାଇଦରଙ୍କୁ ଧରିବା ପାଇଁ ଏବେ ଜୋରଦାର ଅପରେସନ ଆରମ୍ଭ କରିଛି ପୁଲିସ।
ସର୍ଚ୍ଚ ଅପରେସନ୍‌ ନେଇ କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇ କହିଛନ୍ତି ଯେ ହାଇଦରଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଆରମ୍ଭ କରିଛି। ଯାଜପୁର, କେନ୍ଦ୍ରାପଡ଼ା ଓ କଟକ ଡିସିପି ଉଦ୍ୟମ ଚଳାଇଛନ୍ତି। ସବୁ ଛକରେ ନାକାବନ୍ଦୀ କରି ଜୋରଦାର ଯାଞ୍ଚ କରାଯାଉଛି। ହାଇଦରଙ୍କୁ ଧରିବା ପାଇଁ ଆରମ୍ଭ ହୋଇଛି ବଡ଼ ସର୍ଚ୍ଚ ଅପରେସନ୍‌। ଏକାଧିକ ସ୍ପେଶାଲ୍‌ ସ୍କ୍ବାଡ୍ କରାଯାଇ ସର୍ଚ୍ଚ ଅପରେସନ୍‌ ଚାଲିଛି। କଟକ ସହରର ସୀମା ସିଲ୍‌ କରାଯାଇ ସର୍ଚ୍ଚ ଅପରେସନ୍‌ ଚାଲିଛି। ଖୁବ୍‌ ଶୀଘ୍ର ତାକୁ ଆମେ ଧରିବୁ କହିଲେ ଡିସିପି। ପଡ଼ୋଶୀ ସବୁ ଜିଲା ପୁଲିସକୁ ମଧ୍ୟ ଆଲର୍ଟ କରାଯାଇଛି। ସମ୍ବଲପୁରରୁ ଆସିଥିବାରୁ ସେଠାକାର ଗାର୍ଡ ନିୟୋଜିତ ଥିଲେ। ସୁରକ୍ଷାକର୍ମୀଙ୍କୁ ଅଚେତ କରି ଫେରାର ହୋଇଛି ହାଇଦର। ସମ୍ପୃକ୍ତ ଗାର୍ଡ ଏବେ ଅସୁସ୍ଥ ଅଛନ୍ତି, କିଛି କହି ପାରୁନାହାନ୍ତି। ସବୁ ଟିମକୁ ଆଲର୍ଟ କରିଦିଆଯାଇଛି। ଖୁବ ଶୀଘ୍ର ହାଇଦରକୁ ଧରିବାରେ ସଫଳ ହେବୁ।


ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ର ହତ୍ୟା ମାମଲାରେ ହାଇଦର ସମେତ ୫ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଭୁବନେଶ୍ୱର ସ୍ଥିତ ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ୨୦୧୫ ମସିହାରେ ଏହି ରାୟ ଦେଇଥିଲେ। ୨୦୦୭ ମସିହା ମେ’ ୨୭ ତାରିଖରେ ରଶ୍ମିରଞ୍ଜନଙ୍କୁ ହତ୍ୟା କରାଯାଇଥିଲା। କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ର ଭୁବନେଶ୍ୱର ସହିଦ ନଗର ଆସିଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା। ଅପହରଣକାରୀମାନେ ତାଙ୍କ ମୁଣ୍ଡ ଜାମିନ ରଖି ତାଙ୍କ ପରିବାର ଲୋକଙ୍କୁ ଟଙ୍କା ମାଗିଥିଲେ। ତେବେ ପରେ ତାଙ୍କର ମୃତଦେହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜାମସେଦପୁର ଅଞ୍ଚଳରୁ ମିଳିଥିଲା। ଡିଏନଏ ଟେଷ୍ଟରୁ ତାହା ରଶ୍ମିରଞ୍ଜନଙ୍କ ମୃତଦେହ ବୋଲି ଚିହ୍ନଟ ହୋଇଥିଲା।
ବିଭିନ୍ନ ସଙ୍ଗୀନ ଅପରାଧ ମାମଲାରେ ଦୋଷୀସାବ୍ୟସ୍ତ ହୋଇ ହାଇଦର ଆଜୀବନ ଜେଲଦଣ୍ଡ ଭୋଗୁଥିଲା। ସେବେଠାରୁ ସେ ଜେଲରେ ଦିନ କାଟୁଥିଲା। କିଛି ଦିନ ପୂର୍ବରୁ ସେ ଅସୁସ୍ଥ ହୋଇଥିବାରୁ ତାକୁ ବୁର୍ଲା ହସ୍‌ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଶରୀର ଭଲ ‌ନହେବାରୁ କଟକ ଏସ୍‌ସିବିକୁ ହାଇଦର ସ୍ଥାନାନ୍ତରିତ ହୋଇଥିଲା। ୨୦୧୮ ଜୁନ୍‌ ମାସରେ କେନ୍ଦ୍ରାପଡ଼ା ବାରିମୂଳ ଉପକାରଗାରରୁ ସମ୍ବଲପୁର ମଣ୍ଡଳ କାରାଗାରକୁ ସ୍ଥାନାନ୍ତର କରାଯାଇଥିଲା। ହାଇଦର୍‌ର ପୁଅ ସେକ୍‌ ଅଜୋ ଉପକାରାଗାର ଅଧୀକ୍ଷକ ସରୋଜ ବିଶ୍ୱାଳଙ୍କୁ ଧମକ ଦେବା ଅଭିଯୋଗ ହେବା ପରେ ହାଇଦର୍‌କୁ ସେଠାରୁ ସ୍ଥାନାନ୍ତର କରାଯାଇଥିଲା।

Comments are closed.