ଗ୍ୟାଙ୍ଗଷ୍ଟାର ହାଇଦରକୁ ଏନକାଉଣ୍ଟର

ଭୁବନେଶ୍ବର: ଗ୍ୟାଙ୍ଗଷ୍ଟାର ସେକ ହାଇଦରକୁ ବାରିପଦା ନିକଟରେ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି। ହାଇଦରଙ୍କୁ ବାରିପଦା ଜେଲ ନିଆଯାଉଥିବାବେଳେ ଏନକାଉଣ୍ଟର କରାଯାଇଥିବା ଜଣାପଡ଼ିଛି। କେଉଁ ପରିସ୍ଥିତିରେ ହାଇଦରଙ୍କୁ ଏନକାଉଣ୍ଟର କରାଯାଇଛି ତାହା ପୁଲିସ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ତେବେ ଚୌଦ୍ବାର ଜେଲରୁ ବାରିପଦା ଜେଲକୁ ନିଆଯିବାବେଳେ ହୁଏତ ହାଇଦର ଖସି ଯିବାକୁ ଉଦ୍ୟମ କରିଥିବ ଏବଂ ଏହି ସମୟରେ ହୁଏତ ପୁଲିସ ତାଙ୍କୁ ଏନକାଉଣ୍ଟର କରିଥାଇପାରେ ବୋଲି ଅନୁମାନ କରାଯାଉଛି। ଗ୍ୟାଙ୍ଗଷ୍ଟାର ହାଇଦର ହୁଏତ ନିଜ ଶକ୍ତି ପ୍ରଦର୍ଶନବେଳେ ତାଙ୍କୁ ପୁଲିସ ଏନକାଉଣ୍ଟର କରାଯାଇଥାଇପାରେ ବୋଲି ଆଲୋଚନା ହେଉଛି।

Comments are closed.