ଫୁଟିଲା ଗୁଳି; ଚାଲିଗଲା ଥାନାଧିକାରୀଙ୍କ ଜୀବନ

ଭଞ୍ଜନଗର: ନିଜ ବନ୍ଧୁକରୁ ଗୁଳି ବାଜି ଶୁକ୍ରବାର ଗାଙ୍ଗପୁର ଥାନା ଅଧିକାରୀ ଦେବ୍ କୁମାର ଗମାଙ୍ଗଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଗାଙ୍ଗପୁର ଥାନା ପରିସରରେ ଥିବା ତାଙ୍କ କ୍ବାର୍ଟରରେ ମାଆଙ୍କ ସହ ଖାଇବାକୁ ଵସିଥିବା ଵେଳେ ଅଣ୍ଟାରେ ବନ୍ଧୁକ ରଖୁ ରଖୁ ଅଚାନକ ଗୁଳି ଫୁଟିଥିଲା। ଗୁଳି ତାଙ୍କ ଅଣ୍ଟାରେ ବାଜିଥିଲା। ଏହାପରେ ତାଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଆଇଆଇସିଙ୍କୁ ମୃତ ଘୋଷଣା କରିଛନ୍ତି।

Comments are closed.