କରୋନା ସଂକ୍ରମଣ: ରାଜ୍ୟରେ ଗଞ୍ଜାମ ସବୁଠୁ ଉପରେ, ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୧

ଆଜି ୪୮ପଜିଟିଭ୍, ୩୩ସୁସ୍ଥ, କରୋନା ମୁକ୍ତ ସୁବର୍ଣ୍ଣପୁର

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଅନିୟନ୍ତ୍ରୀତ ବେଗରେ ବଢିବାରେ ଲାଗିଛି। ରବିବାର ରାଜ୍ୟରେ ଆଉ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨୬୪ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୬୧୪ରେ ପହଞ୍ଚିଛି। ତେବେ ଗଞ୍ଜାମ ଜିଲ୍ଲାରେ ଶୀର୍ଷରେ ରହିଛି। ଏଠାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୧ରେ ପହଞ୍ଚିଛି। ଜିଲ୍ଲାରୁ ୮୯୨ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ବେଳେ ୩୬୯ଟି ସକ୍ରିୟ ମାମଲା ରହିଛି। ଲଗାତର ୨ ଦିନ ହେବ ୨ଜଣଙ୍କ ମୃତ୍ୟୁ ପରେ ମତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। ସେହପରି ରାଜ୍ୟରେ ଆଜି ଆଉ ୧୩୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ  ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୩ ଜଣ ସୁସ୍ଥ ହୋଇଛନ୍ତି।
ଗଞ୍ଜାମ ପରେ ଦ୍ବିତୀୟ ସ୍ଥାନରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଏଠାରେ ୭୮୬, କଟକ ଜିଲ୍ଲାରେ ୫୪୯, ଯାଜପୁର ଜିଲ୍ଲାରେ ୪୪୬, ଗଜପତି ଜିଲ୍ଲାରେ କରୋନ ଆକ୍ରନ୍ତଙ୍କ ସଂଖ୍ୟା ୪୨୮ରହିଛି। ସେହିପରି ବାଲେଶ୍ୱର ଜିଲ୍ଲାରେ ୩୪୪ ଜଣ କରୋନା ଆକ୍ରାନ୍ତ ଥିବାବେଳେ ଜଗତସିଂହପୁର ଜିଲ୍ଲାରେ ୨୭୨, ପୁରୀ ଜିଲ୍ଲାରେ ୨୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣା ପଡିଛି। ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ୨୩୫, ଭଦ୍ରକ ଜିଲ୍ଲାରେ ୨୨୬, ସୁନ୍ଦରଗଡ ଜିଲ୍ଲାରେ ୧୮୫, ମୟୁରଭଂଜ ଜିଲ୍ଲାରେ ୧୯୬, କନ୍ଧମାଳ ଜିଲ୍ଲାରେ ୧୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ବଲାଙ୍ଗୀର ଜିଲ୍ଲାରେ ୧୬୭, ନୟାଗଡ ଜିଲ୍ଲାରେ ୧୪୦ ତଥା କେନ୍ଦୁଝର ଜିଲ୍ଲାରେ ୧୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି।  ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସହସ୍ରାଧିକ ହୋଇଥିବା ବେଳେ ଆଉ ୧୫ଟି ଜିଲ୍ଲାରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ଶତାଧିକ ରହିଛି।

ତେବେ ଝାରସୁଗୁଡା ଜିଲ୍ଲାରେ ୯୮, ନୂଆପଡା ଜିଲ୍ଲାରେ ୮୨, ଢେଙ୍କାନାଳ ଜିଲ୍ଲାରେ ୭୩, କଳାହାଣ୍ଡି ଜିଲ୍ଲାରେ ୭୧ ଓ ବରଗଡ ଜିଲ୍ଲାରେ ୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରେ ୬୩, ମାଲକାନଗିରି ଜିଲ୍ଲାରେ ୬୦, ସମ୍ବଲପୁର ଜିଲ୍ଲାରେ ୫୦, ଦେବଗଡ ଜିଲ୍ଲାରେ ୪୨ ଓ ବୌଦ୍ଧ ଜିଲ୍ଲାରେ ୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାୟଗଡା ଜିଲ୍ଲାରେ ୩୮, ନବରଙ୍ଗପୁର ଜିଲ୍ଲାରୁ ୩୫ ଜଣ କୋରାପୁଟ ଜିଲ୍ଲାରେ ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେଣୁ  ସୁବର୍ଣ୍ଣପୁର ଏବେ କରୋନା ମୁକ୍ତ ଜିଲ୍ଲା ହୋଇ ପାରିଛି।

ଅନ୍ୟ ପକ୍ଷରେ ନବରଙ୍ଗପୁର ଜିଲ୍ଲାରେ ସବୁଠାରୁ କମ୍ କରୋନା ଆକ୍ରାନ୍ତ ରହିଛନ୍ତି। ଏଠାରେ ୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୮ଜଣ ଆରୋଗ୍ୟ ଲାଭ କରିଛନ୍ତି। ୨୬ଟି ସକ୍ରିୟ ମାମଲା ରହିଛି।

Comments are closed.