ଜାନୁଆରୀ ୫ରେ ହେବ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ପ୍ରଥମ ଦୀକ୍ଷାନ୍ତ ସମାରୋହ 

0

ସମ୍ବଲପୁର : ଓଡିଶାର ସ୍ୱନାମଧନ୍ୟ ତଥା ପଶ୍ଚିମ ଓଡିଶାର ସମ୍ବଲପୁର ଠାରେ ଅବସ୍ଥିତ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ପ୍ରଥମ ଦୀକ୍ଷାନ୍ତ ସମାରୋହ ଆସନ୍ତା  ୨୦୧୯୫ ଜାନୁଆରୀ ୫ ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ। ପ୍ରଥମ ଦୀକ୍ଷାନ୍ତ ସମାରୋହରେ ବରିଷ୍ଠ ଆଇଏସ ଅଧିକାରୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କର ଅତିରିକ୍ତ ମୁଖ୍ୟ ସଚିବ ଡ. ପ୍ରମୋଦ ମିଶ୍ର ମୁଖ୍ୟ ଅତିଥି ଭାବେ  ଯୋଗ ଦେବେ।

ଏହି ଅବସରରେ ସମ୍ବଲପୁରୀ କଳା ଓ ଡିଜାଇନର ବିଶେଷଞ ଭାବରେ ଆର୍ନ୍ତଜାତୀୟ ପ୍ରସିଦ୍ଧି ଲାଭ କରିଥିବା ସମ୍ବଲପୁରୀ ଇକତ ବୁଣାକାର ବରପାଲୀର ସୁରେନ୍ଦ୍ର ମେହେରଙ୍କୁ ପ୍ରଥମ ଡକ୍ଟରେଟ ଉପାଧି ଦିଆଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦୀକ୍ଷାନ୍ତ ସମାରୋହ ରାଜ୍ୟପାଳ ପ୍ର. ଗଣେଶୀ ଲାଲଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୩ଟା ୩୦ ରୁ ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଅବସରରେ ୧୦୧ ଜଣ ଟପ୍ପରଙ୍କୁ ଆୱାର୍ଡ ଦିଆଯିବ ବୋଲି ଜିଏମୟୁର ସିଣ୍ଡିକେଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ତିନି ଜଣ ଯଥା ବେଷ୍ଟ ଗ୍ରାଜୁଏଟ, ବେଷ୍ଟ ପୋଷ୍ଟ ଗ୍ରାଜୁଏଟ ଓ ବେଷ୍ଟ ଏମ.ଫିଲ ସ୍କଲାରଙ୍କୁ ପ୍ଲାଟିନମ ଜୁବଲୀ ମେଡାଲ ମଧ୍ୟ ଦିଆଯିବ। ଦୀକ୍ଷାନ୍ତ ସମାରୋହରେ ପୁରସ୍କୃତ ହେବା ପାଇଁ ସମସ୍ତ ଟପ୍ପର ମାନେ ଜିଏମୟୁର ୱେବ ସାଇଟକୁ ଯାଇ ଆସନ୍ତା ୩୧ ଡିସେମ୍ବର ୨୦୧୮ ମଧ୍ୟରେ ପଞୀକରଣ କରିବା ପାଇଁ କତ୍ତୃପକ୍ଷ ଅନୁରୋଧ କରିଛନ୍ତି।

ପ୍ରଥମ ଦୀକ୍ଷାନ୍ତ ସମାରୋହରେ ଯୋଗ ଦେବାକୁ ଥିବା ମୁଖ୍ୟ ଅତିଥି ଓ ଡକ୍ଟରେଟ ଦିଆଯାଉଥିବା ବ୍ୟକ୍ତି ବିଶେଷଙ୍କର ପ୍ରତିଭା ଦ୍ୱାରା ଛାତ୍ରଛାତ୍ରୀ ଓ ସମ୍ବଲପୁରୀ ବୁଣାକାର ମାନେ ବିଶେଷ ଭାବରେ ଉତ୍ସାହିତ ହେବା ସହିତ ବିଶ୍ୱ ବିଦ୍ୟାଳୟର ନାମକରଣ ହୋଇଥିବା ମାଟିର ବରପୁତ୍ରଙ୍କ ପାଇଁ ଏହା ଏକ ବିଶେଷ ଶ୍ରଦ୍ଧାଞଳୀ ହେବ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Leave A Reply