ଗଙ୍ଗାରେ ଡଙ୍ଗା ବୁଡ଼ି ୨୦ ନିଖୋଜ

0

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଜନୋର ଜିଲା ଦେଇ ପ୍ରବାହିତ ଗଙ୍ଗା ନଦୀରେ ଶୁକ୍ରବାର ଅପରାହ୍ଣରେ ଏକ ଡଙ୍ଗା ବୁଡ଼ି ୨୦ ଜଣ ଲୋକ ନିଖୋଜ ହୋଇଯାଇଛନ୍ତି। କୁହାଯାଉଛି ଡଙ୍ଗାରେ ୨୭ ଜଣ ଲୋକ ଥିଲେ। ନଦୀର ପ୍ରଖର ସ୍ରୋତରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ୨୦ ଜଣ ନିଖୋଜ ଅଛନ୍ତି। ପୁଲିସ୍‍, ଅଗ୍ନିଶମ ବାହିନୀ ଏବଂ ସ୍କୁବା ଡ଼ାଇଭର ଘଟଣାସ୍ଥଳରେ ପହଞ୍ଚି ନିଖୋଜଙ୍କ ସନ୍ଧାନ ଚଳାଇଛନ୍ତି। ଜଣେ ମହିଳାଙ୍କ ଶବ ମିଳିଥିବା ସୂଚନା ମିଳିଛି।
ଶୁକ୍ରବାର ଅପରାହ୍ଣରେ ବିଜନୋରର ଦେବଲଗଡ଼ ଗ୍ରାମର ୨୭ ଜଣ ଲୋକ ଏକ ଡଙ୍ଗାରେ ଗଙ୍ଗା ନଦୀ ପାର ହେଉଥିଲେ । ମାତ୍ର ନଦୀର ବନ୍ୟା ଜଳର ପ୍ରଖର ସ୍ରୋତରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ଖବର ପାଇଁ ଅଗ୍ନିଶମ ବାହନୀ, ପୁଲିସ୍‍ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି ୭ ଜଣଙ୍କୁ ଉଦ୍ଧାର କରିଥିଲେ। ଅନ୍ୟମାନଙ୍କୁ ଖୋଜା ଚାଲିଛି। ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା କାରଣରୁ ଗଙ୍ଗା ନଦୀ ସମେତ ଅନ୍ୟ କେତେକ ନଦୀରେ ବନ୍ୟା ଆସିଛି। କୋଟୱାଲି ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ହରିଦ୍ୱାରଠାରେ କୋଟୱାଲି ନଦୀ ବନ୍ୟା ସ୍ରୋତରେ ଏକ ଟ୍ୟାଙ୍କର ଭାସିଯାଇଛି। ତେବେ ଟ୍ୟାଙ୍କରରେ ଥିବା ୩ ଲୋକ ବାହାରକୁ ଡେଇଁ ନିଜ ଜୀବନ ରକ୍ଷା କରିଛନ୍ତି।

Leave A Reply