୧୦ଟି ପ୍ରଦୂଷଣ ମୁକ୍ତ ନଦୀ ମଧ୍ୟରେ ରହିଛି ଗଙ୍ଗା

ନୂଆଦିଲ୍ଲୀ: ଗଙ୍ଗାନଦୀ ବିଶ୍ୱର ୧୦ଟି ପ୍ରଦୂଷଣ ମୁକ୍ତ ନଦୀ ମଧ୍ୟରେ ସ୍ଥାନ ପାଇଛି। ନୂଆଦିଲ୍ଲୀରେ ଶୁକ୍ରବାର ଚତୁର୍ଥ ଭାରତ ଜଳ ପ୍ରଭାବ ଶିଖର ବୈଠକ-୨୦୧୯ରେ ଉଦବୋଧନ ଦେଇ ଜଳଶକ୍ତିମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍‍ ଏ ଦିଗରେ ସରକାର ନେଇଥିବା ପଦକ୍ଷେପ ଏହି ସଫଳତା ପାଇଁ ଦାୟୀ ବୋଲି କହିଛନ୍ତି। ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଉପରେ ଉଦବେଗ ପ୍ରକାଶ କରି ସେ କହିଛନ୍ତି, ବିଶ୍ୱର ମୋଟ ପାନୀୟ ଜଳର ଶତକଡା ୪ଭାଗ ଭାରତରେ ଉପଲବ୍‍ଧ ଥିବାବେଳେ ବିଶ୍ୱର ମୋଟ ଜନସଂଖ୍ୟା ଓ ଗୃହପାଳିତ ପଶୁଙ୍କର ଶତକଡା ୧୮ଭାଗ ଭାରତରେ ଅଛନ୍ତି।

ସେ କହିଛନ୍ତି, ବର୍ତ୍ତମାନ ସମନ୍ୱିତ ଜଳ ପରିଚାଳନାର ଆବଶ୍ୟକତା ଅପରିହାର୍ଯ୍ୟ ହୋଇପଡିଛି ଓ ଏହାର ସଫଳତା ପାଇଁ ଲୋକମାନଙ୍କର ଅଂଶଗ୍ରହଣ ଅତ୍ୟନ୍ତ ଜରୁରୀ।

Comments are closed.