ଗଣେଶ୍ୱର ହେମ୍ବ୍ରମଙ୍କୁ ସହିଦ ରଘୁ ସର୍ଦ୍ଦାର ସମ୍ମାନ

ଭାରତ ଛାଡ଼ ଆନ୍ଦୋଳନରେ ସହିଦ ରଘୁ ସର୍ଦ୍ଦାରଙ୍କ ଭୂମିକା ଜାତୀୟ ଆଲୋଚନାଚକ୍ର

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ଅମୃତ ମହୋତ୍ସ ପାଳନ କରୁଥିବାବେଳେ ସାମାଜିକ ସଂଗଠନ ବିସ୍ତାରିତ ଓଡ଼ିଶା ଓ ଲୋକ ବିକାଶ ପକ୍ଷରୁ ପାହାଳରେ ଦେଶ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଦେଶ ପାଇଁ ଜୀବନ ବଳି ଦେଇଥିବା ସ୍ୱାଧୀନତା ସେନାନୀ ସହିତ ରଘୁ ସର୍ଦ୍ଦାରଙ୍କ ବିଚାର ଓ ସଂକଳ୍ପ ଆଧରିତ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଯୁବ ସାମାଜିକ ସଂଗଠକ ଗଣେଶ୍ୱର ହେମ୍ବ୍ରମଙ୍କୁ ସମର୍ପିତ ଜନସେବାକୁ ସ୍ୱୀକୃତି ପ୍ରଦାନ ପୂର୍ବକ ସହିଦ ରଘୁ ସର୍ଦ୍ଦାର ସମ୍ମାନ-୨୦୨୨ରେ ସମ୍ମାନିତ କରାଯାଇଛି। ବିସ୍ତାରିତ ଓଡ଼ିଶା ଜାତୀୟ ଆବାହକ ଡ.ବିପିନ ବିହାରୀ ମିଶ୍ର ଏହି ଅବସରରେ ଶ୍ରୀ ହେମ୍ବ୍ରମଙ୍କ ସାରସ୍ୱତ ସାଧନା, ସାଂସ୍କୃତିକ ଗବେଷଣା ତଥା ନେତୃତ୍ୱର ଭୂୟସୀ ପ୍ରଶଂସା କରିବା ସହ ସେହି ଆଧାରିତ ସଂକଳ୍ପ ନେବା ପାଇଁ ଆଜିର ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ। ସରକାରୀ କଳର କାର୍ଯ୍ୟବ୍ୟସ୍ତତା ଜୀବନ ମଧ୍ୟରେ ଥାଇ ବି ସେ ବହୁ ସାମାଜିକ ସଂଗଠନ, ସାଂସ୍କୃତିକ ଅନୁଷ୍ଠାନରେ ସ୍ତମ୍ଭମୂଳ ପ୍ରଦାନ କରିବାରେ ସଫଳ ହୋଇଛି। ତାଙ୍କର ସାମାଜିକ ଉତ୍ତର ଦାୟିତ୍ୱ ଓ ସାମାଜିକ ଚେତନା ସମ୍ବଳିତ ଭାବବୋଧକୁ ଅନୁଶୀଳନ କରି ଆଜି ତାଙ୍କୁ ସହିଦ ରଘୁ ସର୍ଦ୍ଦାର ସମ୍ମାନରେ ସମ୍ମାନିତ କରି ନିଜକୁ ଗୌରବାନ୍ୱିତ ମନେ କରୁଛି ବୋଲି ବିସ୍ତାରିତ ଓଡ଼ିଶାର ସମ୍ପାଦକ ଗୋଲକ ବିହାରୀ ସିଂହ ପ୍ରକାଶ କରିଛନ୍ତି।

Comments are closed.