ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର : ଆଜି ପବିତ୍ର ଗଣେଶ ଚତୁର୍ଥୀ। ଧରାବତରଣ କରିଛନ୍ତି ଜ୍ଞାନଦାନା ପ୍ରଭୁ ଗଜାନନ। ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜ୍ଞାନର ଦେବତା, ବିଘ୍ନନାଶନ ପ୍ରଭୁ ଶ୍ରୀ ଗଣେଶଙ୍କ କୃପା ଓ ଆଶୀର୍ବାଦରୁ କରୋନା ମହାମାରୀ ଭଳି ସଙ୍କଟ ଖୁବଶୀଘ୍ର ଦୂର ହେଉ। ଏହାସହ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିମୟ ହେଉ ବୋଲି ମୁଖ୍ୟମନ୍ତ୍ରୀ ପ୍ରଭୁ ଗଜାନନଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।


ତେବେ ଚଳିତ ବର୍ଷ କରୋନା କଟକଣା ଯୋଗୁ ଓଡ଼ିଶାରେ ସର୍ବସାଧାରଣ ସ୍ଥାନ କ୍ଲବ, ମଣ୍ଡପ ଓ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ମନା । ଘରେ ସୀମିତ ରହିଛି ଗଣେଶ ପୂଜା । ତେଣୁ ଘରେ ଘରେ ଚାଲିଛି ପ୍ରଭୁ ଗଜାନନଙ୍କ ପୂଜା।

Comments are closed.