କରୋନା କଟକଣା ସମୟରେ ଗଣେଶ ପୂଜା

-ଘରେ ଘରେ ପୂଜା ଯୋଗୁଁ ବ୍ରାହ୍ମଣ ଅଭାବ

ପାଟଣା: ପାଟଣା, ଢେଙ୍କିକୋଟ ଓ ତୁରୁମୁଙ୍ଗା ଅଞ୍ଚଳରେ ବହୁ ସ୍ଥାନରେ ଆଡମ୍ବର ସହକାରେ ବିଭିନ୍ନ କ୍ଲବ ଓ ସଂଗଠନ ପକ୍ଷରୁ ଧୁମଧାମରେ ପ୍ରତିବର୍ଷ ଗଣେଶ ପୂଜା ଅନୁଷ୍ଠିତ ହେଉଥିବା ବେଳେ କରୋନା କଟକଣା ଯୋଗୁଁ ପୂଜା ଉତ୍ସବ ଫିକା ପଡିଯାଇଛି । ଏପରିକି ଶିକ୍ଷାନୁଷ୍ଠାନ ମାନଙ୍କରେ ମଧ୍ୟ ଗଣେଷ ପୂଜା ହୋଇ ପାରିନାହିଁ । ତେବେ ଏଥର ସାର୍ବଜନୀନ ଓ ଶିକ୍ଷାନୁଷ୍ଠାନ ଗଣେଷ ପୂଜା ବନ୍ଦ ଥିବାରୁ ଅଧିକାଂଶ ଘରେ ଘରେ ଗଣେଷଙ୍କ ଫଟୋ ଓ ମୂର୍ତ୍ତି ରଖି ପୂଜା କରିଛନ୍ତି । ଏହି କାରଣରୁ ଅଞ୍ଚଳରେ ବ୍ରାହ୍ମଣ ଅଭାବ ଦେଖାଦେଇଛି । ଆଜି ସନ୍ଧ୍ୟା ପର୍ୟ୍ୟନ୍ତ ବ୍ରାହ୍ମଣମାନେ ଘର ଘରକୁ ଯାଇ ଯଜମାନଙ୍କ ମନରକ୍ଷା ପାଇଁ ସୀମିତ ସମୟ ମଧ୍ୟରେ ଗଣେଷ ପୂଜା ସାରି ଅନ୍ୟ ଘରକୁ ଗୋଡ ବଢାଉଛନ୍ତି । ଢେଙ୍କିକୋଟ ବିନଦାସ କ୍ଲବ ସ୍ଥାନୀୟ ଶିବ ମନ୍ଦିରରେ ଗଣେଷ ପୂଜା କରିଛି ।

Comments are closed.