ବିଦ୍ୟାଳୟରେ ବିଧିରକ୍ଷା ପାଇଁ ଗଣେଶ ପୂଜା; ଆସିଲେନି ଛାତ୍ରଛାତ୍ରୀ 

ସୁଆଣ୍ଡୋ: ଆବାହମାନ କାଳରୁ ଭାଦ୍ରବ ଶୁକ୍ଳ ଚତୁର୍ଥୀ ତିଥିରେ ବିଦ୍ୟାଦାତା ଶ୍ରୀଗଣେଶଙ୍କ ପୂଜା ଶିକ୍ଷାନୁଷ୍ଠାନମାନଙ୍କରେ ପାଳନ କରାଯାଇ ଆସୁଛି । ମାତ୍ର ଚଳିତବର୍ଷ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତିରେ ବିଦ୍ୟାଳୟରେ ଗଣେଶପୂଜା ଅନୁଷ୍ଠିତ ହୋଇଯାଇଛି । ମହାମାରୀ କରୋନା କଟକଣାକୁ ଦୃଷ୍ଟିରେ ରଖି ଶିକ୍ଷକମାନେ କେବଳ ବିଧିରକ୍ଷା ପାଇଁ ମୂର୍ତ୍ତିଟିଏ ବସାଇ ବିଦ୍ୟାଳୟରେ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀମାନେ ନିଜ ନିଜ ଘରେ ପିତାମାତାଙ୍କ ସହିତ ଗଣେଶ ପୂଜା କରିଛନ୍ତି ।

ଏ ସମ୍ପର୍କରେ ଛାତ୍ରୀ କଳ୍ପନା ପରିଡା ମୋନାଲିସା ମିଶ୍ର ହରପ୍ରିୟା ପତିଙ୍କୁ ପଚାରିବାରୁ ଆଖି ଛଳଛଳ କରି ଦୁଃଖର ସହ ସେମାନେ କହନ୍ତି, ଦୁଇବର୍ଷ ହେଲା ଆମେ ନିଜ ଘରେ ଗଣେଶ ପୂଜା କରୁଛୁ । ଆଗଭଳି ବାଡି ବଗିଚା ବା ଗଡିଆରୁ କଇଁଫୁଲ ତୋଳୁନୁ କି ଡାଲିଆରେ ଭୋଗ ନେଉନୁ । ବିଦ୍ୟାଳୟରେ କେବଳ ଶିକ୍ଷକ ମାନେ ଗଣେଶପୂଜା କରୁଛନ୍ତି । ସେତେବେଳର ସାଜସଜା ନାହିଁ କି ଖାଇବା ପିଇବା ନାହିଁ । ଜଣେ ପଞ୍ଚାନବେ ବର୍ଷର ବୟସର ବରିଷ୍ଠ ନାଗରିକ କ୍ଷେତ୍ରମୋହନ ଦାଶଙ୍କୁ ଗଣେଶ ପୂଜା ସମ୍ପର୍କରେ ପଚାରିବାରୁ ସେ କହନ୍ତି ଏବେ ଅକାଳ ପଡିଛି । ପୃଥିବୀରୁ ଧର୍ମଭାବ କମି ଗଲେଣି । ପ୍ରକୃତି ବର୍ତ୍ତମାନ କ୍ରୋଧିତ । ଲୋକମାନେ ସଚେତନ ହୁଅନ୍ତୁ । ଇଶ୍ୱରଙ୍କ ଉପରୁ ବିଶ୍ୱାସ ତୁଟିଗଲେ ଏହିପରି ସମୟ ଆସିଥାଏ ବୋଲି କହିଥିଲେ ।

Comments are closed.