କଟକରେ ସାର୍ବଜନୀନ ଗଣେଶ ପୂଜାକୁ ଅନୁମତି ଦିଆଯିବ ନାହିଁ-ଡିସିପି

କଟକ: ରାତି ପାହିଲେ ଗଣେଶ ପୂଜା। କଟକ ସହରରେ ସାର୍ବଜନୀନ ଗଣେଶ ପୂଜା ଆୟୋଜନ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି କମିଶନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି।

କଟକ ଡିସିପି ପ୍ରତୀକ ସିଂହ କଟକରେ ସାର୍ବଜନୀନ ଗଣେଶ ପୂଜା ପାଇଁ ଅନୁମତି ମିଳିବ ନାହିଁ ବୋଲି କହିଛନ୍ତି। ଅନୁମତି ନ ମିଳିବା ନେଇ କଟକ ଡିସିପି ପ୍ରତୀକ୍ ସିଂହ ସ୍ପଷ୍ଟ କରିଛନ୍ତି। ସାମ୍ପ୍ରତିକ କରୋନା ପରିସ୍ଥିତିକୁ ଦେଖି ସାର୍ବଜନୀନ ଗଣେଶ ପୂଜା ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ। ଯେଉଁମାନେ ନିୟମ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ କୋଭିଡ୍‌ ନିୟମାନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ପ୍ରକାଶ କରିଛନ୍ତି।

ସାର୍ବଜନୀନ ପୂଜା ଅନୁମତି ପାଇଁ ହାଇକୋର୍ଟରେ ମାମଲା ହୋଇଥିଲା। ବୁଢ଼ା ଗଣେଶ ପୂଜା କମିଟି ପକ୍ଷରୁ ଶିବେନ୍ଦ୍ର ହାତୀ ମାମଲା ଦାଏର କରିଥିଲେ। କୋର୍ଟ ମାମଲାକୁ ଖାରଜ କରି ସାର୍ବଜନୀନ ଗଣେଶ ପୂାଜ ଆୟୋଜନ ଅନୁମତି ପାଇଁ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେଇପାରିବେ ବୋଲି ରାୟରେ ପ୍ରକାଶ କରିଥିଲେ।

Comments are closed.