କରୋନା ପାଇଁ ସାମୂହିକ ଗଣେଶ ପୂଜା ବନ୍ଦ

ଆଠଗଡ : କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଉଥିବା ହେତୁ ରାଜ୍ୟ ସରକାରଙ୍କର ନିର୍ଦ୍ଦେଶନାମା ଆଧାରରେ ଚଳିତବର୍ଷ ଆନୁଷ୍ଠାନିକ ସାମୂହିକ ଗଣେଶ ପୂଜାକୁ ଆଠଗଡ ପ୍ରଶାସନ ପକ୍ଷରୁ ନିଷେଧ କରାଯାଇଛି। ଏ ସଂପର୍କରେ ଆଠଗଡ ଏନଏସି ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ସହରରେ ପ୍ରଚାର କରାଯିବା ସହିତ ବ୍ଲକ୍‍ ପ୍ରଶାସନ ପକ୍ଷରୁ ମଧ୍ୟ ଗ୍ରାମାଞ୍ଚଳରେ ପଞ୍ଚାୟତ କାର୍ଯ୍ୟାଳୟ ମାଧ୍ୟମରେ ପ୍ରଚାର କରାଯାଇଛି। କୌଣସି ପୂଜା ମଣ୍ଡପ, କ୍ଲବ, ଅନୁଷ୍ଠାନରେ ସାମୂହିକ ଗଣେଶ ପୂଜାକୁ ବାରଣ କରାଯାଇଥିବାବେଳେ ଲୋକମାନେ ନିଜ ଘରେ ବ୍ୟକ୍ତିଗତ ଭାବେ ଗଣେଷ ପୂଜା କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ନିର୍ଦ୍ଦେଶନାମାକୁ ଅବଜ୍ଞାକରି ଯଦି କୌଣସି ଅନୁଷ୍ଠାନ ବା କ୍ଲବ ସାମୂହିକ ଭାବେ ଗଣେଷ ପୂଜା ଅଥବା ସାଂସ୍କୃତିକ ଆୟୋଜନ କରନ୍ତି ସେମାନଙ୍କ ବିରୋଧରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର କୋଭିଡ ୧୯ କଟକଣା ନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଚେତାଇ ଦେଇଛନ୍ତି।

Comments are closed.