ଘରର ମୁଖ୍ୟ କବାଟରେ ଗଣେଶ ମୂର୍ତ୍ତି ରଖିବାର କାରଣ

0

ହିନ୍ଦୁ ଧର୍ମରେ ଅଧିକ ଲୋକ ନିଜ ଘରର ମୁଖ୍ୟଦ୍ବାରରେ ଗଣେଶଙ୍କ ପ୍ରତିମା ଲଗାଇଥାନ୍ତି। ଏହାସହ ଶୁଭ-ଲାଭ ଓ ସ୍ବସ୍ତିକ ଚିହ୍ନ ମଧ୍ୟ ଲଗାଇଥାନ୍ତି। କିନ୍ତୁ ଗଣେଶଙ୍କ ପ୍ରତିମା ବା ଫଟୋ ଲଗାଇବା ବେଳେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ।
ଘରେ ସୁଖ ଓ ସମୃଦ୍ଧି ବଜାୟ ରଖିବା ପାଇଁ ସିନ୍ଦୁର ରଙ୍ଗର ଗଣେଶଙ୍କ ମୂର୍ତ୍ତି ରଖନ୍ତୁ। ଏହି ରଙ୍ଗର ମୂର୍ତ୍ତି ରଖିବା ଦ୍ବାରା ପରିବାରର ସମସ୍ତଙ୍କର ମନୋକାମନା ପୂର୍ଣ୍ଣ ହୋଇଥାଏ।
ଘରର ମୁଖ୍ୟଦ୍ବାରରେ ଗଣେଶଙ୍କୁ ମୂର୍ତ୍ତି ଲଗାଇଥିଲେ ସର୍ବଦା ଆଖପାଖ ସ୍ଥାନକୁ ସଫା ରଖନ୍ତୁ।
ଘରର ଗୋଟିଏ କବାଟରେ ଗଣେଶଙ୍କ ଫଟୋ ଲାଗିଥିଲେ ଅନ୍ୟ କବାଟର ଠିକ ସେହି ସ୍ଥାନରେ ଗଣେଶଙ୍କର ପ୍ରତୀମା ଲଗାନ୍ତୁ।
ଘରେ କୌଣସି ସ୍ଥାନରେ ବାସ୍ତୁଦୋଷ ରହିଥିଲେ ସେହିଠାରେ ସିନ୍ଦୁରକୁ ଘିଅରେ ମିଶାଇ ସ୍ବାସ୍ତିକ ଚିହ୍ନ କରନ୍ତୁ। ଏପରି କରିବା ଦ୍ବାରା ବାସ୍ତୁଦୋଷ ଦୂର ହୋଇଥାଏ।
ଘରେ ସର୍ବଦା ବସି ରହିଥିବା ଗଣେଶଙ୍କ ମୂର୍ତ୍ତି ଓ ଫଟୋ ରଖନ୍ତୁ। ଏହାଦ୍ବାରା ଘରେ ସୁଖ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ।

Leave A Reply