ଗୃହର ଶାନ୍ତି ପାଇଁ ବିଘ୍ନହର୍ତ୍ତାଙ୍କ ପୂଜା ନିତ୍ୟାନ୍ତ ଆବଶ୍ୟକ

0

ବାସ୍ତୁଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରଭୁ ଶ୍ରୀଗଣେଶଙ୍କର ପୂଜାର୍ଚ୍ଚନା ନିତ୍ୟାନ୍ତ ଆବଶ୍ୟକ ଅଟେ। ପ୍ରଭୁ ଗଣେଶଙ୍କୁ ପୂଜା କରିବା ଦ୍ୱାରା ବାସ୍ତୁ ଜନିତ ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ। ଯେଉଁ ଗୃହରେ ନିୟମିତ ପ୍ରଭୁ ଗଣେଶଙ୍କୁ ପୂଜା ହୁଏ, ସେଠାରେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇନଥାଏ।
ମାନ୍ୟତା ରହିଛି ଯେ, ଏକ ଦନ୍ତ ଥିବା ଶ୍ରୀଗଣେଶଙ୍କର ଧ୍ୟାନ କରିବା ଦ୍ୱାରା ଜଟିଳ ସମସ୍ୟାର ମଧ୍ୟ ସହଜରେ ସମାଧାନ ହୋଇଥାଏ। ଗୃହର ମୁଖ୍ୟ ଦ୍ୱାର ସମ୍ମୁଖରେ ଗଣେଶଙ୍କର ମୂର୍ତ୍ତି ଲଗାଇବା ଦ୍ୱାରା ଘରେ ସର୍ବଦା ଉନ୍ନତି ଓ ଶାନ୍ତିର ବାତାବରଣ ରହିଥାଏ। ଧନସମ୍ପତ୍ତିର ମଧ୍ୟ ବୃଦ୍ଧି ହୋଇଥାଏ। ଗୃହର ସିଢି ଘର ତଳେ କୌଣସି ଦେବାଦେବୀଙ୍କ ଫଟୋ ଲଗାନ୍ତୁ ନାହିଁ।
ସିନ୍ଦୂର ରଙ୍ଗର ଗଣେଶଙ୍କ ମୂର୍ତ୍ତିର ପୂଜାର୍ଚ୍ଚନା କରିବା ଦ୍ୱାରା ସମସ୍ତ ଦୁଃଖକଷ୍ଟରୁ ମୁକ୍ତି ମିଳିଥାଏ। ରୋଗରୁ ମଧ୍ୟ ମୁକ୍ତି ମିଳେ।
ପ୍ରଭୁ ଗଣେଶଙ୍କର ଯେଉଁ ଫଟୋ କିମ୍ବା ମୂର୍ତ୍ତି ଘରେ ଲଗାଉଛନ୍ତି, ସେଥିରେ ମୋଦକ କିମ୍ବା ଲଡ଼ୁ, ମୂଷାର ଚିତ୍ର ରହିବା ନିତ୍ୟାନ୍ତ ଆବଶ୍ୟକ ଅଟେ। ପୂଜା ଘରେ ଗୋଟିଏ ଗଣେଶ ମୂର୍ତ୍ତି ରଖି ପୂଜା କଲେ ବହୁ ଶୁଭଫଳ ପ୍ରାପ୍ତି ହୋଇଥାଏ।

Leave A Reply