ପ୍ରଭୁ ବିଘ୍ନହର୍ତ୍ତା ଧନ ବୃଦ୍ଧି ସହ ବିଭିନ୍ନ ସମସ୍ୟାର ସମାଧାନ କରିଥାଆନ୍ତି

0

ଭଗବାନ ଗଣେଶ ବୁଦ୍ଧି ଓ ଚତୁରତାର ପ୍ରଭୁ ଅଟନ୍ତି। ପ୍ରଭୁ ଗଣେଶଙ୍କ ଉପାସନା କରିବା ଦ୍ୱାରା ଅତ୍ୟନ୍ତ ତୀବ୍ର ଜ୍ଞାନ ପ୍ରାପ୍ତି ହୋଇଥାଏ। ସେହିପରି ଟଙ୍କା ରୋଜଗାର କରିବା ପାଇଁ ମଧ୍ୟ ଯଧେଷ୍ଟ ବୁଦ୍ଧି ଓ ବିବେକର ଆବଶ୍ୟକତା ରହିଛି। ଯାହା ପ୍ରଭୁ ବିଘ୍ନହର୍ତ୍ତାଙ୍କ କୃପାରୁ ସହଜରେ ମିଳିଥାଏ। ଏହା ସହ ଯଦି ଧନ ସମ୍ବନ୍ଧ କୌଣସି ବାଧା ସୃଷ୍ଟି ହୁଏ ତେବେ ମଧ୍ୟ ପ୍ରଭୁଙ୍କ କୃପାରୁ ସମସ୍ୟା ଦୂର ହୋଇଥାଏ। ଭଗବାନଙ୍କ ଉପାସନାରେ କିଛି ବିଶେଷ ପ୍ରୟୋଗ କରିବା ଦ୍ୱାରା ଭକ୍ତଙ୍କ ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ। ଜାଣନ୍ତୁ ଧନବୃଦ୍ଧି ପାଇଁ କିପରି କରିବେ ପ୍ରଭୁଙ୍କ ଉପାସନା ….
୨୭ ଟି ଲାଲ ଗୋପାଲ ଫୁଲକୁ ଗଣେଶଙ୍କ ମନ୍ତ୍ର ଉଚ୍ଚାରଣ କରି ପ୍ରଭୁଙ୍କୁ ଅପର୍ଣ କରନ୍ତୁ।
ଧନର ଅଭାବ ଲାଗି ରହୁଥିଲେ କରନ୍ତୁ ଏହି ଉପାୟ –
ଭଗବାନ ଗଣେଶଙ୍କର ସବୁଜ ରଙ୍ଗର ମୂର୍ତ୍ତିକୁ ଉତ୍ତର ଦିଗରେ ସ୍ଥାପନା କରନ୍ତୁ।
ନିୟମିତ ୧୧ଟି ସବୁଜ ଦୁବ ଗଣେଶଙ୍କୁ ଅର୍ପଣ କରନ୍ତୁ।
ଏହା ପରେ ‘ଓଁ ନମୋ ଭଗବତେ ଗଜାନନାୟ’ ଏହି ମନ୍ତ୍ରର ୧୦୮ ଥର ଜପ କରନ୍ତୁ।
ପ୍ରତିଦିନ ସକାଳ ଓ ସନ୍ଧ୍ୟା ସମୟରେ ପ୍ରଭୁଙ୍କୁ ହଳଦିଆ ରଙ୍ଗର ମୋଦକ ଅର୍ପଣ କରନ୍ତୁ। ଏହା ପରେ ଏହି ଭୋଗକୁ ପିଲାମାନଙ୍କୁ ବାଣ୍ଟି ଦିଅନ୍ତୁ।
ଏହି ଉପାୟ ନିୟମିତ ୧୧ ଦିନ କରନ୍ତୁ।
ଅଯଥା ଧନ ଖର୍ଚ୍ଚ ହେଉଥିଲେ କରନ୍ତୁ ଏହି ଉପାୟ –
ଗଣେଶଙ୍କ ହଳଦିଆ ରଙ୍ଗର ମୂର୍ତ୍ତିକୁ ପୂର୍ବ ଦିଗରେ ସ୍ଥାପନ କରନ୍ତୁ।
ସବୁଜ ଦୁବ ଅର୍ପଣ ସହ ଧୂପଦୀପ ଅର୍ପଣ କରନ୍ତୁ।
ନିୟମିତ ହଳଦିଆ ରଙ୍ଗର ମୋଦକ ଅର୍ପଣ କରନ୍ତୁ।
ଗଣେଶଙ୍କ ମନ୍ତ୍ର ୧୦୮ ଥର ଜପ କରନ୍ତୁ।
ଏହି ଉପାୟ ନିୟମିତ ୨୭ ଦିନ ପର୍ଯ୍ୟନ୍ତ କରନ୍ତୁ।
ରୋଗ ଲାଗି ରହି ଖର୍ଚ୍ଚ ହେଉଥିଲେ-
ଗଣେଶଙ୍କ ଲାଲ ରଙ୍ଗର ମୂର୍ତ୍ତିକୁ ସ୍ଥାପନ କରନ୍ତୁ।
ନିୟମିତ ସକାଳ ସମୟରେ ୧୧ଟି ଲାଲ ପୁଷ୍ପ ଅର୍ପଣ କରନ୍ତୁ।
ଏହା ପରେ ‘ବକ୍ରତୁଣ୍ଡ ମହାକାୟ’ ମନ୍ତ୍ରକୁ ୧୦୮ ଥର ରୁଦ୍ରାକ୍ଷ ମାଳା ନେଇ ଜପ କରନ୍ତୁ।
ଏହି ଉପାୟ ଲଗାତର ୨୭ ଦିନ ପର୍ଯ୍ୟନ୍ତ କରନ୍ତୁ।
ଏହି ଉପାୟ କରିବା ଦ୍ୱାରା ରୋଗରୁ ମୁକ୍ତି ମିଳିବା ସହ ସମସ୍ୟାରୁ ମୁକ୍ତି ମିଳିଥାଏ।
କର୍ମକ୍ଷେତ୍ରରେ ଧନ ବୃଦ୍ଧି ପାଇଁ –
ପ୍ରଭୁ ଗଣେଶଙ୍କ ସହ ମା’ଲକ୍ଷ୍ମୀଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ।
ପ୍ରଭୁ ଓ ମା’ଙ୍କୁ ଗୋଲାପର ଅତର ଅର୍ପଣ କରନ୍ତୁ।
ଏହା ପରେ ‘ଓଁ ଗଣ ଗଣପତାୟ ନମଃ’ ମନ୍ତ୍ରର ୧୦୮ ଥର ଜପ କରନ୍ତୁ।
ଏହି ଉପାୟ ପ୍ରତି ଶୁକ୍ରବାର କରନ୍ତୁ।

Leave A Reply