ସରଳ ଉପାୟ ତଥା ବିଧି ଦ୍ୱାରା ଏପରି କରନ୍ତୁ ପ୍ରଭୁ ଗଣେଶଙ୍କୁ ପୂଜା

0

ବିଘ୍ନହର୍ତ୍ତାଙ୍କ ନାମରେ ପୂଜା ପାଉଥିବା ପ୍ରଭୁ ଗଣେଶଙ୍କର ପୂଜାର୍ଚ୍ଚନା ବୁଧବାର ଦିନ କରିବା ଦ୍ୱାରା ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ। କିଛି ସରଳ ଉପାୟ ତଥା ବିଧି ଦ୍ୱାରା ଆମେ ପ୍ରଭୁ ଗଣେଶଙ୍କୁ ପୂଜା କରି ପ୍ରସନ୍ନ କରିପାରିବା। ଜାଣନ୍ତୁ ସେହି ଉପାୟ ଗୁଡ଼ିକ ବିଷୟରେ ….
ପ୍ରଭୁ ଗଣେଶଙ୍କୁ ପ୍ରଥମେ ଲାଲ ସିନ୍ଦୂର ଅର୍ପଣ କରନ୍ତୁ।
ଏହା ପରେ ପ୍ରଭୁଙ୍କୁ ଦୂବ ଅର୍ପଣ କରନ୍ତୁ।
ଘିଅର ଦୀପ ପ୍ରଭୁଙ୍କୁ ଅର୍ପଣ କରନ୍ତୁ। ଦୀପର ତଳେ ଅଳ୍ପ ଚାଉଳ ରଖନ୍ତୁ।
ଗଣେଶଙ୍କୁ ପୂଜା କରିବା ସମୟରେ ତାଙ୍କୁ ପିଠିପଟକୁ ଦର୍ଶନ କରିବା ଉଚିତ ନୁହେଁ। କାରଣ ତାଙ୍କ ପିଠିରେ ଦରିଦ୍ରତା ବାସ କରିଥାଏ।
ପାନର ପତ୍ରରେ ସ୍ୱସ୍ତିକ କରି ଭଗବାନ ଗଣେଶଙ୍କୁ ଅର୍ପଣ କରନ୍ତୁ।
ପ୍ରଭୁ ଗଣେଶଙ୍କୁ ମକ୍କାର ଦାନା ଅର୍ପଣ କରିବା ଦ୍ୱାରା ଗୃହରେ ଧନସମ୍ପତ୍ତିର ଅଭାବ ହୋଇନଥାଏ।
ପ୍ରଭୁ ଗଣେଶଙ୍କୁ ମୋଦକ ଖୁବ୍ ପ୍ରିୟ ଅଟେ। ତେଣୁ ତାଙ୍କ ନିକଟରେ ମୋଦକ ଭୋଗ ଲଗାଇଲେ ବହୁ ଶୁଭଫଳ ପ୍ରାପ୍ତି ହୋଇଥାଏ।
ଗଣେଶଙ୍କ ଭୋଗରେ ତୁଳସୀପତ୍ରର ପ୍ରୟୋଗ କରନ୍ତୁ ନାହିଁ।

Leave A Reply