ଗାନ୍ଧିନଗର ହେଲା ଗୁଜରାଟର ପ୍ରଥମ କିରୋସିନ୍‍ ମୁକ୍ତ ଜିଲ୍ଲା

ଗାନ୍ଧିନଗର : ଗୁଜରାଟର ଗାନ୍ଧିନଗର ଜିଲ୍ଲା ରାଜ୍ୟର ପ୍ରଥମ କିରୋସିନ୍‍ ମୁକ୍ତ ଜିଲ୍ଲା ଭାବେ ଘୋଷିତ ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗାନ୍ଧିନଗର ଜିଲ୍ଲାର ହିତାଧିକାରୀମାନଙ୍କୁ ୧୦୦୦ ଏଲ୍‍.ପି.ଜି. ସଂଯୋଗ ବଣ୍ଟନ କରିଛନ୍ତି।
ଶ୍ରୀ ଶାହା କହିଛନ୍ତି, ଗ୍ରାମାଞ୍ଚଳରେ ମହିଳାମାନଙ୍କୁ ରୋଷେଇ ଗ୍ୟାସ୍‍ ସଂଯୋଗ ଉଜ୍ୱଳା ଯୋଜନା ଅଧୀନରେ ଯୋଗାଇ ଦିଆଯାଇଛି । ୬ଶହ କୋଟି ଟଙ୍କା ବ୍ୟୟରେ ଓଏନ୍‍ଜିସି ପକ୍ଷରୁ ଏହି ଯୋଜନା ଅଧୀନରେ ୭୫ ହଜାର ହିତାଧିକାରୀମାନଙ୍କୁ ଏହି ସୁବିଧା ଦିଆଯାଇଛି।

Comments are closed.