ଗଞ୍ଜାମ ସହରରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ

ଗଞ୍ଜାମ: ଗଞ୍ଜାମ ସହରସ୍ଥିତ ସାନ ବଜାର ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପକ୍ଷରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଗୋପାଳ ବେହେରାଙ୍କ ସଭାପତିତ୍ୱ ରେ ଉନ୍ମୋଚନ ଉତ୍ସବରେ ଗଞ୍ଜାମ ଏନଏସି ଇଓ ରୋନିତ କୁମାର ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ପୌରାଞ୍ଚଳ ବରିଷ୍ଟ ନାଗରିକ ପରିଷଦ ସଦସ୍ୟ ବିନୋଦ ଚନ୍ଦ୍ର ମହାପାତ୍ର, ପୂର୍ବତନ କାଉନସିଲର ଶିକ୍ଷାବିତ ପ୍ରକାଶ ଚନ୍ଦ୍ର ବେହେରା, ଗତିକୃଷ୍ଣ ସାହୁ, ନିରଞ୍ଜନ ମହାପାତ୍ର ,ମହେଶ କୁମାର ବେହେରା, ଦାମୋଦର ପଣ୍ଡା, ପର୍ଶୁରାମ ବେହେରା, ଗୌରାଙ୍ଗ ଚରଣ ବେହେରା, ସୁଧିର କୁମାର ପାଢୀ, ତ୍ରିନାଥ ରେଡି ପ୍ରମୁଖ ଯୋଗଦେଇଥିଲେ।

 

କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ଶିକ୍ଷବିତ, ବରିଷ୍ଟ ନାଗରିକ ବ୍ୟକ୍ତି ଉପସ୍ଥିତ ରହି ଥିଲେ। ସମସ୍ତେ ପ୍ରତିମୂର୍ତିରେ ଶ୍ରଦ୍ଧା ସୁମନ ପ୍ରଦାନ କରିବା ସହ ସୃତିଚାରଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସୁମିତ୍ରା ପଣ୍ଡା, ପୁଷ୍ପାଞ୍ଜଳି ରେଡି ଶିକ୍ଷୟତ୍ରୀ ଓ ଅଙ୍ଗନବାଡି କର୍ମୀ ଝୁନୁ ରାଣୀ ବେହେରା, ମିନାକ୍ଷୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.