ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମ୍ୟ ସଫେଇ

ପିପିଲି: ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ପିପିଲି ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ ମାଟିଆପଡା ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟଙ୍କ ସମେତ ରାଜନେତା ଲକ୍ଷ୍ମୀଧର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗ୍ରାମର ୩୫ଜଣ ଯୁବକ ଓ ମହିଳା  ପ୍ରମୁଖ ମାଟିଆପଡା ଗ୍ରାମ୍ୟରାସ୍ତା, କୋଠଘର ଚତୁଃପାର୍ଶ୍ବ, ଗ୍ରାମ୍ୟ ପୋଖରୀ ଆଦି ସ୍ଥାନରେ ସଫେଇ କରିବା ସହ ବ୍ଲିଚିଂ ପାଉଡର ପକାଇ ଥିଲେ ।

Comments are closed.