ଭାଗ୍ୟକୁ ନେଇ ବାପୁଜୀଙ୍କର ଏହି କାହାଣୀ

0

ଏକଦା ଗାନ୍ଧୀ ଏବଂ ବଲ୍ଲଭଭାଇ ପଟେଲ ୟରାବଡ଼ା ଜେଲରେ କଥା ହେଉଥିଲେ। ଭାଗ୍ୟ ମନୁଷ୍ୟ ଜୀବନରେ ନିହାତି ଅପରିହାର୍ଯ୍ୟ ଅଟେ। ଗାନ୍ଧିଜୀ ଏକ କାହାଣୀ ମାଧ୍ୟମରେ ଏହି କଥାଟିକୁ ଜଣାଇଲେ। ସେ ଏକ ମୃତ ସାପର କାହାଣୀ ମାଧ୍ୟମରେ ଏହି କଥାଟିର ମୂଲ୍ୟକୁ ଜଣାଇଲେ। ଏକଦା ଏକ ବୃଦ୍ଧାଙ୍କ ଘରେ ସାପଟିଏ ପଶିଗଲା। ସେ ଏହା ଦେଖି ଡ଼ରି ଗଲେ। ଚିତ୍କାର କଲେ। ଏହା ଶୁଣି ପାଖପଡ଼ୋଶୀ ଆସି ତାଙ୍କ ଘରକୁ ସେ ସାପଟିକୁ ମାରିଦେଲେ। ଏହା ପରେ ବୁଢୀଟି ସେ ସାପକୁ ନିଜ ଘର ଚାଳ ଉପରେ ପକାଇ ଦେଲା। କିଛି ସମୟ ପରେ ଆକାଶରେ ଯାଉଥିବା ଏକ ଚିଲଟିର ନଜର ଏହି ସାପ ଉପରେ ପଡ଼ିବାରୁ ସେ ତାକୁ ନେଇ ଉଡ଼ିଗଲା। ମାତ୍ର ସେହି ସମୟରେ ଚିଲ ପାଖରେ ଥିବା ଏକ ମୋତିର ମାଳ ସେହି ସ୍ଥାନରେ ଖସିପଡ଼ିଲା। କିଛି ସମୟ ପରେ ବୁଢୀଟି ଦେଖିଲା ଏକ ଚକମକ କରୁଥିବା ଦ୍ରବ୍ୟଟି ତା ଚାଳ ଉପରେ ପଡିଛି, ଯେ ତାକୁ ଦେଖିବାକୁ ଯାଇ ଏତେ ମୂଲ୍ୟବାନ ହାରଟିକୁ ପାଇ ସେ ଖୁବ ଖୁସି ହୋଇଗଲା। ଯାହାକି ସେ ଜୀବନଯାକ ପରିଶ୍ରମ କରି ମଧ୍ୟ ପାଇପାରି ନ ଥାଆନ୍ତା। ତା ଘରକୁ ଆସିଥିବା ସାପଟି ମରିକି ମଧ୍ୟ ତାର ଉପକାର କରିଦେଲା।

କାହାଣୀଟି ଶୁଣିବା ପରେ ବଲ୍ଲଭଭାଇ ପଟେଲ ନିଜର ଏକ କାହାଣୀ ଆରମ୍ଭ କଲେ। ଏକଦା ଏକ ସାପ ଜଣଙ୍କ ଘରେ ପ୍ରବେଶ କରିଥିଲା। ଏହା ଦେଖି ଲୋକଟି ଡ଼ରି ଗଲେ ମଧ୍ୟ ସେ ତାକୁ ନ ମାରି ଏକ ଟୋକେଇ ତା ଉପରେ ଓଲଟାଇ ରଖି ଦେଲା। କାରଣ ତାକୁ ଜନ୍ତୁକୁ ମାରିବାକୁ ଭଲ ଲାଗେ ନାହିଁ। ସାପଟି ମଧ୍ୟ ସେଥିରୁ ବାହାରି ପାରିଲା ନାହିଁ। ଦିନେ ଏକ ଚୋର ସେହି ଘରେ ପ୍ରବେଶ କରିଥିଲା। ଲୋକଟି ସେହି ସମୟରେ ଘରେ ନ ଥାଏ। ଚୋରଟିର ନଜର ଏହି ଟୋକେଇ ଉପରେ ପଡ଼ିବାରୁ ସେ ତାକୁ ଖୋଲି ଦେବାରୁ ସାପଟି ବାହାରିଗଲା। ସେ ଡ଼ରରେ ଦୌଡ଼ି ପଳାଇଲା। ସାପଟି ମଧ୍ୟ ଘରୁ ପଳାଇଲା। ଏହା ଦ୍ୱାରା ଲୋକଟିର ଘରୁ କିଛି ଚୋରି ମଧ୍ୟ ହେଲା ନାହିଁ ଓ ସାପଟିର ଜୀବନ ମଧ୍ୟ ବଞ୍ଚି ଗଲା।

Leave A Reply