ଗାନ୍ଧୀଙ୍କ ଫଟୋକୁ ଗୁଳି ମାରିଥିବା ୨ ଜଣ ଅପରାଧୀଙ୍କୁ ଗିରଫ କଲା ପୁଲିସ

0

ଅଲିଗଡ—ସହିଦ ଦିବସ ଅବସରରେ   ମହାତ୍ମା ଗାନ୍ଧୀଙ୍କ  ଚିତ୍ରରେ  ହିନ୍ଦୁ ମହାସଭାର  କିଛି ସଦସ୍ୟ ଗୁଳି ମାରୁଥିବା ଭିଡିଓ ଭାଇରାଲ ହୋଇଥିଲା । ଏପରି କୁତ୍ସିତ ମାନସିକତାକୁ  ଅଧିକାଂଶ ଲୋକ ନିନ୍ଦା କରିଥିଲେ । ଏହି ଘଟଣାରେ ପୁଲିସ ୧୩ ଜଣଙ୍କ ନାମରେ ମାମଲା ରୁଜୁ କରିଛି ।

ଗୁଳି ମାରିବା ଘଟଣାର ୨ ଜଣଙ୍କୁ ପୁଲିସ ଗିରଫ କରିଛି । ଏହି ଲୋକମାନେ ଗାନ୍ଧୀଙ୍କୁ ଫଟୋକୁ ସର୍ବ ସାଧାରଣରେ ଗୁଳି ମାରିଥିଲେ । ଏଥିରେ  ମହାସଭାର ସମ୍ପାଦିକା ପୂଜା ସକୁନ ପାଣ୍ଡେ ଥିବାର ଦେଖିବାକୁ ମିଳିଥିଲା । ଆଲିଗଡର ନୌରଙ୍ଗାବାଦ ଅଞ୍ଚଳରେ ଏହି ଘଟଣା ଘଟିଥିଲା ।

Leave A Reply