ନଭେମ୍ବର ୧୬ ଠାରୁ ତିନିଦିନ ବ୍ୟାପି ଗାନ୍ଧୀ ଉତ୍ସବ

0

କଟକ  : ୧୫୦ ଓଡ଼ିଶା ରାଜ୍ୟ ସମିତିଙ୍କ ସହଯୋଗରେ ଆୟୋଜିତ ହେବାକୁ ଥିବା ଏହି ପ୍ରଦର୍ଶନୀରେ ମହାତ୍ମା ଗାନ୍ଧୀଙ୍କ ଜୀବନ ଆଧାରିତ ଶତାଧିକ ଫଟୋଚିତ୍ର, ଓଡ଼ିଶାବାସୀଙ୍କ ସହ ତାଙ୍କର ଫଟୋ, ମହିଳା ଆନ୍ଦୋଳନ, ତାଙ୍କ ନିତ୍ୟ ବ୍ୟବହୃତ ସାମଗ୍ରୀ, ୧୯୨୧ ମସିହାରେ କଟକ ଆସିଥିବା ବେଳେ ତାଙ୍କ ବ୍ୟବହୃତ ସାମଗ୍ରୀ, ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ଅନ୍ନପୂର୍ଣ୍ଣା ମହାରଣାଙ୍କୁ ଲେଖିଥିବା ଚିଠିପତ୍ର, ହରିଜନ ପତ୍ରିକା, ନିଜସ୍ୱ ଭାଷଣ ପ୍ରଦର୍ଶିତ ହେବ। ଶେଷ ଦିନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହେବ।
ଏହି ପ୍ରଦର୍ଶନୀରେ ବହୁସଂଖ୍ୟାରେ ଯୋଗଦାନ କରିବା ପାଇଁ ଚାନ୍ଦ କ୍ଲବର ସମ୍ପାଦକ ଅଭିଜିତ୍‍ ପାଲ, ବରିଷ୍ଠ କ୍ରୀଡ଼ାବିତ୍‍ ଆଗା ଜହୀର, ମାନସ ରଞ୍ଜନ ସାମଲ, ସେକ୍‍ ମନସୁର ଅଲ୍ଲୀ, ଲଲାଟେନ୍ଦୁ ପ୍ରଧାନ, ହରିହର ସେନ, ରଣଜିତ୍‍ ଦେହୁରି, ଡଃ. ବିଶ୍ୱଜିତ୍‍,ଅମ୍ବିକା ପ୍ରସାଦ ପତି, ସେକ୍‍ ସଲାଉଦ୍ଦିନ, ରିଆଜୁଦ୍ଦିନ ଖାଁ, ସେକ୍‍ ଅହେସାନ, ସେକ ମୁସ୍ତାକ ଅଲ୍ଲୀ, ସେକ୍‍ ତାଜୁଦ୍ଦିନ, ସେକ୍‍ କଲାମ, ସେକ୍‍ ଅଖମଲ ନିବେଦନ କରିଛନ୍ତି।

Leave A Reply