କରୋନା ସଂକଟ ଓ ମହାତ୍ମା ଗାନ୍ଧୀ

ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମବାର୍ଷିକୀରେ ସମଗ୍ର ପୃଥିବୀ କରୋନା ସଂକଟର ଶିକାର ହୋଇଛି ଓ ଭାରତ ଅତି ଦ୍ରୁତଗତିରେ ବିଶ୍ବରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟାକୁ ନେଇ ଏକ ନମ୍ବର ସ୍ଥାନ ପ୍ରାପ୍ତ କରିବାପାଇଁ ଦ୍ରୁତ ଗତିରେ ଆଗକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଗାନ୍ଧୀଙ୍କ ପ୍ରାସଙ୍ଗିକତା ବହୁତ ଗୁରୁତ୍ବପୂର୍ଣ୍ଣ ହୋଇଛି। ଯେଉଁ କାରଣରୁ ସେ ଆଧୁନିକ ସଭ୍ୟତାକୁ ସମାଲୋଚନା କଲେ ତାହା ହେଲା ତଥାକଥିତ ଆଧୁନିକ ମାନବର ଇଚ୍ଛା ଓ ଅଭିଳାଷକୁ ପୁନଃ କୃତ୍ରିମଭାବେ ବଢ଼ାଇବା ଓ ଆସୁରିକ ଆହରଣର ପ୍ରକୃତିକୁ ତୀବ୍ର କରିବା। ଠିକ୍‌ ଏହି କାରଣ ହିଁ କରୋନା ସଂକଟ ସମଗ୍ର ବିଶ୍ବରେ ସଂକ୍ରମିତ ହୋଇଛି ବୋଲି ବହୁ ବିଜ୍ଞ ଓ ଚିନ୍ତାଶୀଳ ଅର୍ଥନୀତିଜ୍ଞ ମତ ଦେଇଛନ୍ତି। ସେମାନେ ମଧ୍ୟ ଭବିଷ୍ୟବାଣୀ କରିିଥିଲେ ଯେ ଆମର ଜନବହୁଳ ପୃଥିବୀର ଯେଉଁ ଭାବେ ମଣିଷର ଆସୁରିକ ଅଭିଳାଷ ଓ ଚାହିଦା ବଢ଼ୁଚି ଓ ତାହାର ଭୟାବହ ପ୍ରଭାବ ପରିବେଶ ଉପରେ ପଡ଼ୁଛି ମହାମାରୀ ହେବାର ଅନୁକୂଳ ପରିସ୍ଥିତି ସୃଷ୍ଟି କରାଯାଇଛି। ବିଖ୍ୟାତ ଅର୍ଥନୀତିଜ୍ଞ ଓ ଜେଫ୍ରି ସାକ୍ସ ୨୦୦୮ରେ ପ୍ରକାଶ ପାଇଥିବା ତାଙ୍କର ପୁସ୍ତକ ‘ଜନ ବହୁଳ ପୃଥିବୀ ପାଇଁ ଅର୍ଥନୀତି’ରେ ଭବିଷ୍ୟବାଣୀ କରିଥଲେ ଯେ ମଣିଷକୃତ ପରିବେଶ ସଂକଟ ଯେଉଁଭାବେ ବଢ଼ିବଢ଼ି ଚାଲିିଛି ମହାମାରୀ ପୃଥିବୀର କୌଣସି ନା କୌଣସି ଦେଶରେ ଆରମ୍ଭ ହେବ ଓ ସମଗ୍ର ବିଶ୍ବକୁ ଗ୍ରାସ କରିବ। ସେ ଏକଥା ମଧ୍ୟ ଲେଖିଥିଲେ ଯେ ସମ୍ଭବତଃ ଏ ପ୍ରକାର ମହାମାରୀ ଚାଇନାରୁ ଆରମ୍ଭ ହୋଇ ଅନ୍ୟ ଦେଶରେ ବ୍ୟାପିବ। ସେ ଚାଇନା କଥା ଏଥିପାଇଁ ଲେଖିଥିଲେ ଯେ ଚାଇନାର ଲୋକେ ବହୁ ପ୍ରକାର ଆମିଷ ଓ ନିରାମିଷ ଖାଦ୍ୟ ଖାଇବା ସଙ୍ଗେସଙ୍ଗେ ଜଙ୍ଗଲରେ ଥିବା ବଣ୍ୟ ଜନ୍ତୁଙ୍କୁ ଧରି ତା’ର ମାଂସ ଖାଆନ୍ତି ଓ ସେ ମାଂସ ଖାଇବା ଯୋଗୁଁ ଆଗରୁ ମଧ୍ୟ ଏହି ପ୍ରକାରର ଜୀବାଣୁ ଓ ରୋଗ ସେଠାରେ ଆରମ୍ଭ ହୋଇଥିଲା। କେବଳ ଚାଇନା ନୁହେଁ, ୟୁରୋପରେ ମଧ୍ୟ ପାଗଳା ଗାଈ ରୋଗ ଆରମ୍ଭ ହୋଇଥିଲା; କାରଣ ସେଠାକାର ଲୋ​‌​‌କେ ଅଧିକା ଗାଈ ମାଂସ ଖାଇବା ପାଇଁ ଗାଈ ଓ ଗୋରୁ ମାଂସକୁ ନାନା ପ୍ରକାର ଆମିଷ ଜାତୀୟ ଖାଦ୍ୟ ନିରାମିଷ ଗାଈ ଖାଦ୍ୟରେ ମିଶାଇ ଦେଉଥିଲେ। ଯାହାଫଳରେ ପାଗଳା ଗାଈ ରୋଗ ମଣିଷକୁ ସଂକ୍ରମିତ କଲା। ଏହା ହେଉଛି ମଣିଷର ଆସୁରିକ ଚାହିଦାର ବର୍ଦ୍ଧିତ ହାରର ଫଳାଫଳ।
୧୯୩୦ ଦଶକରେ ମହାତ୍ମା ଗାନ୍ଧୀ ଲେଖିଥିଲେ ଯେ ଯଦି ୟୁରୋପର ଲୋକମାନେ ତାଙ୍କର ଆସୁରିକ ଚାହିଦା ଉପରେ ଲଗାମ ନ ଲଗାନ୍ତି ତେବେ ସେମାନେ ତାଙ୍କର ଅତିମାତ୍ରାରେ ଉପଭୋଗ କରିଥିବ। ସୁଖ ସ୍ବାଚ୍ଛନ୍ଦ୍ୟ ଯୋଗୁଁ ମୃତ୍ୟୁବରଣ କରିବେ। ସେ ଲେଖି ନଥିଲେ ଯେ ସେମାନେ ଦାରିଦ୍ର୍ୟ ବା ଯୁଦ୍ଧ ଯୋଗୁଁ ମରିବେ। ବରଂ ସେମାନେ ଅତ୍ୟଧିକ ସୁଖ ଓ ସ୍ବାଚ୍ଛନ୍ଦ୍ୟ ଯୋଗୁଁ ରୋଗର ଶିକାର ହେବେ। କରୋନା ସଂକଟ ଯାହା କି ଚାଇନାରେ ଆରମ୍ଭ ହେଲା ତା’ର ମୂଳ କାରଣ ହେଲା ଅବାଧ ବଣ୍ୟଜନ୍ତୁଙ୍କ ମାଂସ ଖାଇବା। ଏହା ଉଲ୍ଲେଖଯୋଗ୍ୟ ଯେ ଗାନ୍ଧୀ ଆଧୁନିକ ସଭ୍ୟତାର ଏହି ସମସ୍ୟାକୁ ବୁଝି ପାରିଥିଲେ ଓ ସେତେବେଳେ ଭାରତୀୟମାନଙ୍କ ଏକାଦଶ ବ୍ରତ ଦେଖିଥିଲେ ଓ ସେହି ବ୍ରତରେ ସତ୍ୟ, ଅହିଂସା ଓ ଅପରିଗ୍ରହ ଛଡ଼ା ‘ଅସ୍ବାଦ’ ବା ନିଜ ଜିହ୍ବାକୁ ଖାଇବା ଦୃଷ୍ଟିକୋଣରୁ ନିୟନ୍ତ୍ରଣ କରିବାପାଇଁ ଗୁରୁତ୍ବ ଦେଇଥିଲେ। ଅସ୍ବାଦ ବ୍ରତ ଧାରଣ କଲେ ଖାଇବା ଉପରେ ନିୟନ୍ତ୍ରଣ କରିବାକୁ ପଡ଼େ ଓ ଯାହାଦ୍ବାରା ଅଧିକ ସୁସ୍ବାଦ ଖାଦ୍ୟ ଖାଇବାପାଇଁ ପ୍ରବୃତ୍ତି ଥାଏ ତାହା ଆୟତ୍ତରେ ରହେ। ଆମକୁ ଏକଥା ମନରେ ରଖିବା ଦରକାର ଯେ ଗାନ୍ଧୀ ସେହି ସମୟରେ ଅସ୍ବାଦ ନୀତି ଭାରତୀୟମାନଙ୍କୁ ଆପଣାଇବା ପାଇଁ କହିିଥିଲେ ଯେଉଁ ସମୟରେ ଭାରତରେ ଲୋକମାନେ ଖାଇବା ପାଇଁ ପାଉନଥିଲେ ଓ ଲକ୍ଷଲକ୍ଷ ଲୋକ ବାରମ୍ବାର ହେଉଥବା ଭୟଙ୍କର ଦୁର୍ଭିକ୍ଷରେ ପ୍ରାଣ ହରାଉଥିଲେ।
ଏଇ ଏକବିଂଶ ଶତାବ୍ଦୀରେ ସୁସ୍ବାଦ ଖାଦ୍ୟ ଖାଇବା ପାଇଁ ବହୁ ଅଧିକା ସୁଯୋଗ ଲୋକଙ୍କୁ ମିଳୁଛି ଓ ସେମାନେ ଏହି ଖାଦ୍ୟକୁ ଏତେ ପରିମାଣରେ ବହୁବାର ଖାଉଛନ୍ତି ଓ ତାହା ଦ୍ବାରା ହୃଦ୍‌ରୋଗ, ବହୁମୂତ୍ର ଓ ଅନ୍ୟ ଜୀବନଶୈଳୀ ଜନିତ ରୋଗରେ ଅାକ୍ରାନ୍ତ ହେଉଛନ୍ତି ଓ କରୋନା ଭଳି ସଂକଟ ସୃଷ୍ଟି କରିପାରିଛନ୍ତି। ତେଣୁ ମହାତ୍ମା ଗାନ୍ଧୀଙ୍କର ଅସ୍ବାଦ ନୀତିକୁ ଅବଲମ୍ବନ କ
ରି ଆମେ କରୋନା ସଂକଟର ମୂଳ କାରଣକୁ ଠିକ୍ କରି ପାରିବା। ତେଣୁ ଆମକୁ ଆମର ଆସୁରିକ ଆହରଣ ଓ ଖାଇବା ଅଭ୍ୟାସକୁ ତାଲାବନ୍ଦ ଓ ପୂର୍ଣ୍ଣ ବନ୍ଦ କରିବାକୁ ପଡ଼ିବ ଓ ତାହା କରିପାରିଲେ କରୋନା ସଂକ୍ରମଣରୁ ରକ୍ଷା ପାଇବାପାଇଁ ଯେଉଁ ତାଲା ବନ୍ଦ ଓ ସଂପୂର୍ଣ୍ଣ କରିବାକୁ ପଡ଼ୁଛି ତାହା ଆବଶ୍ୟକ ହେବ ନାହିଁ।
କରୋନା ସଂକଟ ସମୟରେ ସମଗ୍ର ଚିନ୍ତାଶୀଳ ବ୍ୟକ୍ତି ମତ ଦେଉଛନ୍ତି ଯେ ଶାସନ ପ୍ରଣାଳୀ ନିମ୍ନରୁ ଊର୍ଦ୍ଧ୍ବଗାମୀ ପନ୍ଥାରେ ଚଲାଯାଇପାରିବ ତେବେ ଆମେ ଏହି ସଂକଟରେ ଲୋକଶକ୍ତି ଜରିଆରେ ଦୃଢ଼ଭାବେ ସମ୍ମୁଖୀନ କରିପାରିବା। କିନ୍ତୁ ଯଦି ଊର୍ଦ୍ଧ୍ବରୁ ନିମ୍ନଗାମୀ ପନ୍ଥା ଅବଲମ୍ବନ କରି ଶାସନକଳକୁ ପରିଚାଳନା କରିବା ତେବେ ଆମେ କରୋନା ଯୁଦ୍ଧରେ ପରାସ୍ତ ହେବା। ଅର୍ଥାତ୍‌ ପଞ୍ଚାୟତଠାରୁ ଆରମ୍ଭ କରି ଊର୍ଦ୍ଧ୍ବରେ ଥିବା ଜିଲା, ରାଜ୍ୟ ଓ କେନ୍ଦ୍ରସ୍ତରରେ ଶାସନକଳକୁ ନେଇ କରୋନାର ମୁକାବିଲା କରାଯାଇପାରିବ, ଲଣ୍ଡନ ବିଶ୍ବବିଦ୍ୟାଳୟର ପ୍ରଫେସର ଜେମ୍ସ ମାନର ତାଙ୍କର ଏକ ଲେଖାରେ ଦର୍ଶାଇଛନ୍ତି ଯେ ଯଦି ଭାରତର ପଞ୍ଚାୟତ ପଦ୍ଧତିରେ ବ୍ରିଟେନ, ଆମେରିକା ଓ ଭାରତ କରୋନା ସଂକଟକୁ ସମ୍ମୁଖୀନ କରିବେ ତେବେ ଅଧିକ ସଫଳତା ମିଳିବ। ମହାତ୍ମା ଗାନ୍ଧୀ ତାଙ୍କର ସମଗ୍ର ଜୀବନ ଓ ସଂଘର୍ଷରେ ପଞ୍ଚାୟତକୁ ପ୍ରାଧାନ୍ୟ ଦେଇଥିଲେ ଓ କହିଥିଲେ ଯେ ଭାରତର ସ୍ବାଧୀନତାର ଅର୍ଥ ହେଲା ଭାରତରେ ପଞ୍ଚାୟତିରାଜକୁ ସ୍ଥାପନ କରିବା। ସେ ଏକଥା ମଧ୍ୟ କହିଥିଲେ ଯେ ପଞ୍ଚାୟତର ପ୍ରଥମ କାମ ହେବ ସ୍ବଚ୍ଛତା। ପରିଷ୍କାର ଓ ପରିଚ୍ଛନ୍ନତାକୁ ପ୍ରାଧାନ୍ୟ ଦେବା। ଏହି ସ୍ବଚ୍ଛତା ଓ ପରିଚ୍ଛନ୍ନତା ବର୍ତ୍ତମାନ କରୋନା ସଂକଟରୁ ରକ୍ଷା ପାଇବାପାଇଁ ଗୁରୁତ୍ବ ଦିଆଯାଉଛି। ଓଡ଼ିଶା ସରକାର କରୋନା ସଂକଟକୁ ପ୍ରଭାବଶାଳୀ ଭାବେ ମୁକାବିଲା କରିବା ପାଇଁ ପଞ୍ଚାୟତର ସରପଞ୍ଚମାନଙ୍କୁ ଜିଲାପାଳଙ୍କ କ୍ଷମତା ଦେଇଛନ୍ତି ଓ ସେମାନଙ୍କୁ ମଧ୍ୟ ସଂଗରୋଧ କେନ୍ଦ୍ର ସ୍ଥାପନ କରିବାପାଇଁ କ୍ଷମତା ଓ ଆର୍ଥିକ ସହାୟତା ଦେଇଛନ୍ତି। ତେଣୁ ଗାନ୍ଧୀଙ୍କର କ୍ଷମତାର ବିକେନ୍ଦ୍ରୀକରଣ ଉପରେ ଯେଉଁ ଗୁରୁତ୍ବ ଥିଲା ଓ ପଞ୍ଚାୟତକୁ ସେ ସ୍ବଚ୍ଛତା ରଖିବାପାଇଁ ଯେଉଁଭଳି ଭାବେ ମୂଳସ୍ଥାନ ଦେଇଥିଲେ ତାହାର ପ୍ରାସଙ୍ଗିକତା ବହୁତ ଅଧିକା ବଢ଼ି ଯାଇଛି କରୋନା ସଂକଟର ପରିପ୍ରେକ୍ଷୀରେ।
ମହାତ୍ମା ଗାନ୍ଧୀ ପ୍ଲେଗ, କଲେରା ଓ ଅନ୍ୟ ମହାମାରୀକୁ ବିଜ୍ଞାନ ଦୃଷ୍ଟିକୋଣରୁ ବିଶ୍ଳେଷଣ କରୁଥିଲେ। ୧୯୨୦ ଓ ୧୯୨୫ ମସିହାରେ ଯେତେବେଳେ ପ୍ଲେଗ ଓ କଲେରାରେ ବହୁ ଲୋକ ପ୍ରାଣ ହରାଇଲେ ସେତେବେଳେ ଲୋକେ କହିଲେ ଯେ ଭଗବାନଙ୍କର ଅଭିଶାପ ଖରାପ ଯୋଗୁଁ ଏହି ପ୍ରକାରର ରୋଗ ବ୍ୟାପିଲା କିନ୍ତୁ ଗାନ୍ଧୀ କହିଲେ ଯେ ଯଦିଓ ସେ ନିଜେ ଧର୍ମ ଓ ଭଗବାନଙ୍କୁ ବିଶ୍ବାସ କରନ୍ତି; କିନ୍ତୁ ସେହି ରୋଗର ଆରମ୍ଭ ଓ ବ୍ୟାପ୍ତିକୁ ବୈଜ୍ଞାନିକ ଓ ମେଡିକାଲ କାରଣରୁ ବୁଝିବାକୁ ଚାହିଁଲେ। ତେଣୁ ସେ କହିଲେ ଯେ ବିଜ୍ଞାନର ପନ୍ଥା ନେଇ ଆମକୁ ଏହି ରୋଗଗୁଡ଼ିକୁ ବୁଝିବାକୁ ପଡ଼ିବ। ସେ ଏହି ରୋଗରୁ ନିରାକରଣ ପାଇଁ ସ୍ବଚ୍ଛତା ମଧ୍ୟ ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଥିଲେ। ୧୯୨୫ରେ ​‌େ​‌ସ ଲେଖିଥିଲେ ଯେ ସ୍ବଚ୍ଛତାରେ ଯେଉଁ ବିଜ୍ଞାନ ଅଛି ତାହା ଆରୋଗ୍ୟ ବିଜ୍ଞାନଠାରୁ ବହୁତ ଗୁୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ରୋଗକୁ ନିରାକରଣ କରିବାରେ। ଆମ ଦେଶରେ ଯେଉଁଭଳି ବୈଜ୍ଞାନିକ ନୀତି ବି​‌େରାଧରେ ଯାଇ କିଛି ଲୋକ ତବ୍‌ଲିକ ଜମାତ୍‌କୁ କରୋନା ସଂକଟ ପାଇଁ ନିନ୍ଦା କଲେ ଓ କିଛି ନେତା ଯେମିତି କହିଲେ ଯେ ‘ଭାବିଜି ଫାପଡ଼’ ଖାଇଲେ କରୋନା ରୋଗ ଭଲ ହେବ ତାହା ମହାତ୍ମା ଗାନ୍ଧୀଙ୍କର ଚିନ୍ତାଧାରର ବିପରୀତ। ଗାନ୍ଧିଜୀଙ୍କ ପାଇଁ ସତ୍ୟ ଓ ଅହିଂସା ଥିଲା ଅମୋଘ ଅସ୍ତ୍ର। ଆଜି ଯଦି ସମଗ୍ର ବିଶ୍ବରେ କରୋନା ସଂକ୍ରମିତ ଓ କରୋନା ଜନିତ ମୃତ୍ୟନେଇ ଆମପାଖରେ ସଠିକ୍‌ ସଂଖ୍ୟା ମିଳି ପାରୁନାହିଁ ତେବେ ଆମ ପାଖରେ ସତ୍ୟ ଖବର ନାହିଁ। ତେଣୁ କରୋନା ସମସ୍ୟାର ସମାଧାନ ପାଇଁ ମଧ୍ୟ ବାଧା ପ୍ରାପ୍ତି ହେଉଛି। ମହାତ୍ମା ଗାନ୍ଧୀଙ୍କର ସତ୍ୟ ଉପରେ ପ୍ରାଧାନ୍ୟତା ସଂକଟ ପରିପ୍ରେକ୍ଷୀରେ ମୃତ୍ୟୁ ଗୁରୁତ୍ବପୂର୍ଣ୍ଣ ହୋଇଛି।
ଶେଷରେ ଅହିଂସା ଉପରେ ଆଲୋକପାତ କରି କୁହାଯାଇପାରିବ ଯେ ସମଗ୍ର ବିଶ୍ବରେ ବର୍ତ୍ତମାନ ଚାରୋଟି ନୀତି ଭିତରୁ ଅହିଂସା, ଚିରନ୍ତନ ବିକାଶ, ସମ୍ମାନ ଓ ନ୍ୟାୟ ଭିତରୁ ଅହିଂସାକୁ ଗୁରୁତ୍ବ ଦିଆଯାଉଛି। ପୃଥିବୀକୁ ଜଳବାୟୁ ପରିବର୍ତ୍ତନ ଓ ଉତ୍ତାପ ବୃଦ୍ଧି ଜନିତ ସମସ୍ୟାରୁ ରକ୍ଷା ପାଇବାପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତର ସମ୍ବିଧାନର ମୁଖପତ୍ରରେ ଅହିଂସାକୁ ସ୍ଥାନ ଦେବା ପାଇଁ ସୁପାରିସ କରିଥିଲେ। ଏହି କରୋନା ସଂକଟ ସମୟରେ ଅହିଂସା ସମ୍ବିଧାନରେ ରଖାଯାଉ ଓ ଗାନ୍ଧୀଙ୍କର ନୀତି, ଅସ୍ବାଦ, ବୈଜ୍ଞାନିକ ଚିନ୍ତାଧାରା, ପଞ୍ଚାୟତିରାଜ ଓ ସ୍ବଚ୍ଛତାକୁ ଅନୁସରଣ କରି ସମାଜକୁ ରକ୍ଷାକରିବାପାଇଁ ପ୍ରଚେଷ୍ଟା ହେଉ।

Comments are closed.