ଜନ୍ମପୀଠରେ ଗଣକବି ବୈଷ୍ଣବ ପାଣିଙ୍କ ୧୩୯ ତମ ଜୟନ୍ତୀ, ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କବିଙ୍କୁ ଶ୍ରଦ୍ଧାଞ୍ଜଳୀ

କୁଆଁପାଳ: ମାହାଙ୍ଗାର ଅନ୍ୟତମ ବରପୁତ୍ର ତଥା ମୁକୁଟବିହୀନ ସମ୍ରାଟ ଗଣକବି ବୈଷ୍ଣବ ପାଣିଙ୍କ ୧୩୯ ତମ ଜୟନ୍ତୀ ଉତ୍ସବ ଆଜି ଜନ୍ମପୀଠ କୋଠପଦାରେ ପାଳିତ ହୋଇଛି। ଏହି ଅବସରରେ ମାହାଙ୍ଗାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କବିଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି। ଆଜି ସକାଳୁୁ ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଂସଦ ମାହାଙ୍ଗା ପକ୍ଷରୁ ଏହି ପ୍ରଖ୍ୟାତ ସାରସ୍ୱତ ସାଧକଙ୍କ ଜୟନ୍ତୀ ଉତ୍ସବକୁ ମାହାଙ୍ଗା ବିଧାୟକ ତଥା ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଜୟନ୍ତୀ ଉତ୍ସବକୁ ଉଦ୍‍ଘାଟନ କରି ଗଣକବିଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।

ଏଥିରେ ବ୍ଲକ୍‍ ଅଧ୍ୟକ୍ଷ ଶରତ ନାୟକ, ବ୍ଲକ୍‍ ବିଜେଡି୍‍ ସଭାପତି ରାଜ କିଶୋର ଜେନା, ଜିଲ୍ଲା ପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ସରପଂଚ କଳ୍ପନା ଜେନା, ସରପଂଚଙ୍କ ପ୍ରତିନିଧି ରଘୁନାଥ ଜେନା, ରାଧାନାଥ ରାଉତ, ସମିତିସଭ୍ୟ ଲକ୍ଷ୍ମୀଧର ବେହେରା, ପୂର୍ବତନ ସରପଂଚ ହେମନ୍ତ ପ୍ରଧାନ, ଗଣେଶ ବିହାରୀ, ରବିନ୍ଦ୍ର ପୃଷ୍ଟି, ସୁବାଷ ବେହେରା, ପୂର୍ବତନ ସରପଞ୍ଚ ନିରଞ୍ଜନ ବିଶ୍ୱାଳ, ରାମଚନ୍ଦ୍ର ମହାପାତ୍ର, ସମାଜସେବୀ ରଜନୀକାନ୍ତ ପରିଡା, ଉମେଶ ସାହୁ, ସଚ୍ଚିନ୍ଦ୍ର ସାହୁ, ଅଲେଖ ଦାସ, କାହ୍ନୁ ସାହୁ, ପଂଚାନନ ପଣ୍ଡା, ଭ୍ରମରବର ରାଉତରାୟ, ଜୟନ୍ତ ବିଶ୍ୱାଳ, ସୁଧାଂଶୁ ପାଣି, ଜଗବନ୍ଧୁ ନାୟକ, ରୁଦ୍ର ନାରାୟଣ ସିଂହ, ରିଆଜୁଲ ହୋଦା, ପ୍ରଶାନ୍ତ ପଟ୍ଟନାୟକ, ଉପେନ୍ଦ୍ର ନାଥ ରଣା, ଯୁଗଳ କିଶୋର ସାମଲ, କିଶୋର ଦାଶ ପ୍ରମୁଖ ଯୋଗଦେଇ କବିଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।

ସେହିପରି ଉତ୍କଳ ଗଣକବି ବୈଷ୍ଣବ ପାଣି ସ୍ମୃତି ସଂସଦ ମାହାଙ୍ଗା ପକ୍ଷରୁ କୋଠପଦାସ୍ଥିତ ରଘୁନାଥଜୀଉ ମଠ ପରିସରରେ ଥିବା ଗଣକବିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରି ପୂର୍ବତନ ପିସିସି ସଂପାଦକ ପ୍ରଦୀପ୍ତ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଗଣକବିଙ୍କୁ ଜଣେ ପ୍ରଚଣ୍ଡ ପ୍ରତିଭାଧାରୀ ଅଧିକାରୀ ଭାବେ ଅଭିହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଦୀପକ କୁମାର ମହାନ୍ତି, ସଂଗ୍ରାମ ସାମଲ, ପ୍ରଭାତ କର, ଅରୁଣନାଥ, ସୁକାନ୍ତ ନନ୍ଦ, ଦିଲୀପ ରାଉତ, ସେକ ସୁନାମ, ସଂଜୟ ବେହେରା, ରବି ନାରାୟଣ ସାହୁ, ଭକ୍ତଚରଣ ପରିଡା, ହରେକୃଷ୍ଣ ସିଂହ, କୁଶାସନ ମଳିକ, ହାଡିବନ୍ଧୁ ସାହୁ, ଡମ୍ବରୁଧର ସ୍ୱାଇଁ, ମନ୍ମଥ ଖଟୁଆ, ପୂର୍ଣ୍ଣଚନ୍ଦ୍ର ସେଠ, ଅରୁଣ ନାଥ, ନଳିନୀକାନ୍ତ ନାୟକ, କବୀର ସିହ୍ନା ପ୍ରମୁଖ ଯୋଗଦେଇ କବିଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଗଣକବି ସ୍ମୃତି ସଂସଦ ମାହାଙ୍ଗା ପକ୍ଷରୁ ଅବସରପ୍ରାପ୍ତ ଆୟକର ବିଭାଗ କମିଶନର ଶୋଭନ କର, ସଂସଦର ସଂପାଦକ ରାମଚନ୍ଦ୍ର ବେହେରା, କାର୍ତ୍ତିକ ଚନ୍ଦ୍ର ବିହାରୀ, ଯୁବ ସଂଗଠକ ପ୍ରଦୀପ କୁମାର କର, ଶିକ୍ଷାବିତ୍‍ ହୃଷିକେଶ ବେହେରା, ଅଜିତ ସାହୁ, ସମସର ଅଲି, ଡମ୍ବରୁଧର ପରିଡା, ମନୋରଂଜନ ପଣ୍ଡା, ଭାସିନ ସାମଲ ପ୍ରମୁଖ ଯୋଗଦେଇ ଏହି ମହାନ କବିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।

ମାହାଙ୍ଗା ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ ସଭାପତି ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ.ଭୂବନାନନ୍ଦ ସାହୁ, ସଂପାଦକ ନାଟ୍ୟକାର ଭାବଗ୍ରାହୀ ଦାଶ, ସଂଗଠନ ସଂପାଦକ ଅରୁଣ କୁମାର ବାରିକ, ଜୀତେନ୍ଦ୍ର କୁମାର ସାହୁ ପ୍ରମୁଖ କବିଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲୋ। ଜନ ଜାଗରଣ ମଞ୍ଚ ପକ୍ଷରୁ ଏମଏସଏମଇ ସଦସ୍ୟ ତଥା ସମାଜେସବୀ ଚୌ.ପ୍ରଭାତ କେଶରୀ ମିଶ୍ର, ଗଣେଶ୍ୱର ଗୋଛାୟତ, ଶ୍ରୀକାନ୍ତ ଦାସ, ପ୍ରଦୀପ୍ତ କୁମାର ରାଉତ, ଭାଗ୍ୟଧର ରାଉତ, ତ୍ରିଲୋଚନ ଷଢଙ୍ଗୀ, ମହେଶ୍ୱର ସିଂହ, ଚୌ ଜିବିତେଷ ମିଶ୍ର, ପ୍ରଦୀପ୍ତ ଦାଶ, ରମେଶ ଚନ୍ଦ୍ର ସାମଲ, ସେକ ଟୁକୁଲି ପ୍ରମୁଖ ଯୋଗଦେଇ କବିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ସେହିପରି ଓଡିଶା ରାଜ୍ୟ କୃଷକ ଓ ଗ୍ରାମ୍ୟ ଶିଳ୍ପ ଉଦ୍ୟୋଗୀ କ୍ଲବ ପକ୍ଷରୁ ଶିକ୍ଷାବିତ ବିଧାନଚନ୍ଦ୍ର ସାମଲ, ପୁର୍ଣ୍ଣଚନ୍ଦ୍ର ପ୍ରଧାନ, ଗୌରାଙ୍ଗ ଚରଣ ଦାସ, ଶ୍ରୀକାନ୍ତ ରାଉତରାୟ, ନାଗଭୂଷଣ ସ୍ୱାଇଁ ପ୍ରମୁଖ ଯୋଗଦେଇ କବି ବହୁମୁଖି ପ୍ରତିଭା ସଂପର୍କରେ ଆଲୋଚନା କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।

Comments are closed.