ରେଳ ରହଣି ଦାବିରେ ଗଣଧାରଣା

0

ସୁଆଣ୍ଡୋ: ପୁରୀଜିଲ୍ଲାର କଣାସ ଠାରେ  ପୁରୀ – ବଡବିଲ ଓ ପୁରୀ – ପାରାଦ୍ବୀପ ଟ୍ରେନ ରହଣି ଦାବିନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ଶୁକ୍ରବାର ଗଣଧାରଣା ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଏହି ଦାବି ସମ୍ପର୍କରେ ବିଧାୟକ ସାଂସଦ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବତଟ ରେଳବାଇ ମୁଖ୍ୟ ପ୍ରବନ୍ଧକ ମାନେ ମଧ୍ୟ ରେଳ ବିଭାଗକୁ ଜଣେଇ ସାରିଲେଣି । ଇତିମଧ୍ୟରେ ଦୁଇବର୍ଷ ବିତି ଯାଇଥିଲେ ସୁଦ୍ଧା ରେଳ ବିଭାଗ ଉଦାସୀନ ରହିଛନ୍ତି । ଏହାର ପ୍ରତିବାଦରେ ଲେଳବାଇ ଉପଭୋକ୍ତା ସଂଘ ସଚେତନ ନାଗରିକ ପରିଷଦ ଛାତ୍ରସଂଘ ମହିଳା ଏସଏଜି ଯୁବ ସଙ୍ଗଠନ ମାନଙ୍କ ପକ୍ଷରୁ ନଳିନୀ ମହାନ୍ତି କୁନା ମହାନ୍ତି ପ୍ରମୁଖ ଶତାଧିକ ବ୍ୟକ୍ତି ଗଣଧାରଣାରେ ସାମିଲ ହୋଇଛନ୍ତି । ଏପର୍ୟ୍ୟନ୍ତ ବିଭାଗୀୟ ଅଧିକାରୀ ଧାରଣା ସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି ।

Leave A Reply