ପଥର କ୍ୱାରୀ ଓ କ୍ରସର ସମ୍ପୂର୍ଣ୍ଣ ଉଛେଦ ଦାବୀରେ ଗଣ କନଭେସନ

ଓଜସ୍ୱୀ ଭାଷଣରେ ଗାଁ ଲୋକଙ୍କୁ ସାହସ ଦେଲେ ଦୁଇ ସଂଗ୍ରାମୀ ନେତା

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତର ଖରଭୁଇଁ ଗ୍ରାମରେ ଶୁକ୍ରବାର ପଥର କ୍ୱାରୀ ଓ କ୍ରସର ସମ୍ପୂର୍ଣ୍ଣ ଉଛେଦ ଦାବୀରେ ପରିବେଶ ଓ ପ୍ରକୃତିର ସୁରକ୍ଷା ନିମିତ ଏକ ଗଣ କନଭେନସନ ଅନୁଷ୍ଠିତ ହୋଇଥିଲା। ଗ୍ରାମ୍ୟ କମିଟି ସଭାପତି ଅକ୍ଷୟ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଦୁଇ ସଂଗ୍ରାମୀ ନେତା ତଥା ବିଶିଷ୍ଟ ପରିବେଷବିତ୍ ଗ୍ରୀନ୍ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରାୟ, ପସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ଅଧ୍ୟକ୍ଷ ଅଭୟ ସାହୁ୍ ଯୋଗଦାନ କରିଥିଲେ। ଅନ୍ୟତମ ଅତିଥିଭାବେ ଛତ୍ରଙ୍ଗ ପଂଚାୟତର ଲଢୁଆ ଯୁବ ନେତା ତଥା ଗରିବଙ୍କ ସୁଖ ଦୁଃଖର ସାଥି ୯ନଂ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ, ମା ବୁଢୀ ଠାକୁରାଣୀ ଆଚଂଳିକ ମହିଳା ସ୍ୱୟଂସହାୟକ ଦଳର ସଭାନେତ୍ରୀ ସୁକୃତା ଭୋଇ, ଶୈଳବାଳା ସାହୁ, ଗ୍ରାମ୍ୟ କମଟି ସମ୍ପାଦକ ହୃଦାନନ୍ଦ ଦେହୁରୀ ପ୍ରମୁଖଙ୍କ ଗ୍ରାମର ପ୍ରାୟ ୫ଶହରୁ ଉଦ୍ଧ୍ୱର୍ ମହିଳା-ପୁରୁଷ ଏହି ବୈଠକରେ ଯୋଗଦାନ କରିଥିଲେ।


ଦୁଇ ସଂଗ୍ରାମୀ ନେତା ନିଜର ଓଜସ୍ୱୀ ଭାଷଣରେ ପ୍ରଶାସନକୁ ଚେତାବନୀ ଦେବା ସହିତ ମାଟି, ପରିବେଶ ସୁରକ୍ଷା ଏବଂ ଲୋକଙ୍କ ଜୀବନ ଜୀବିକା ଉପରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ। ଗାଁ ଲୋକଙ୍କ ବିରୋଧ ସତ୍ୱେ ପ୍ରଶାସନିକ କଳ ଯଦି ଏଥିରୁ ନିବୃତ ନ ରୁହେ ଏଥିପାଇଁ ଆଗକୁ ଲଢେଇ ଜୋରଦାର କରାଯିବ ବୋଲି ଧମକ ଦେଇଥିଲେ। ନିଜର ମାଟିର ସୁରକ୍ଷା ପାଇଁ ଏକତା ବଜାଇ ରଖିଥିବା ଗାଁ ଲୋକଙ୍କ ସହିତ ସବୁ ପରିସ୍ଥିତିରେ ସେମାନେ ଛିଡା ହୋଇ ସାହାସର ସହିତ ଏସୁବୁ ମୁକାବିଲା ପାଇଁ ଶପଥ ନେଇଥିଲେ। ଅନ୍ୟପଟେ ପଥର କ୍ୱାରୀ ଓ କ୍ରସର ଉଛେଦ ପାଇଁ ଦୀର୍ଘଦିନ ହେଲା ଗ୍ରାମବାସୀ ଆନ୍ଦୋଳନ ଜାରି ରଖିଥିବାବେଳେ ପୁନଶ୍ଚ ଖରଭୁଇଁରେ ନୂତନ ପଥର ଖାଦାନ ଲିଜଦେବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଏଭଳି କାର୍ଯ୍ୟରୁ ପ୍ରଶାସନ ନିବୃତ ନରହିଲେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ଉପୁଜିପାରେ ବୋଲି ଆଜିର ବୈଠକରୁ ସ୍ପଷ୍ଟ ହୋଇଛି। ଆଜିର ବୈଠକରେ ଅନ୍ୟମାନଙ୍କ ସହ ରଞନ ବଗର୍ତୀ, ଶ୍ରୀବତ୍ସ ନାୟକ, ଭାସ୍କର ପ୍ରଧାନ, ବିଷ୍ଣୁ ରଣା, ଈଶ୍ୱର ନାୟକ,ନବୀନ ବଗର୍ତୀ, ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ୱରେ ୫ଶହରୁ ଅଧିକ ଜନସାଧାରଣ ସାମିଲ ହୋଇଥିଲେ।

Comments are closed.