ଲକ୍ଡ଼ାଉନରେ ଜୁଆଖେଳ-ଭୋଜିଭାତ: ମାଂସ ହାଣ୍ଡି ସହ ୮ ହଜାର ଟଙ୍କା ଜବତ, ୮ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ରାଜ୍ୟର ଶୀର୍ଷରେ ପହଞ୍ଚିଛି । ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟି ସାରିଛି । ପରିସ୍ଥିତି ଦୃଷ୍ଟିରେ ରଖି ସରକାର ୩ ଆଇଏଏସ୍ ଅଧିକାରୀ ଓ ୭ ନୋଡ଼ାଲ ଅଧିକାରୀଙ୍କୁ ଜିଲା ଦାୟିତ୍ବ ଦେଇଛନ୍ତି । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ନିର୍ଦେଶ ଦିଆଯାଇଛି । ହେଲେ ଅମାନିଆଙ୍କୁ କାହାରି ବଳ ନାହିଁ । ପାଟପୁର ଥାନା ପାଟପୁର ଥାନା ଅନ୍ତର୍ଗତ ଗୋକର୍ଣ୍ଣ ମେରିପଲ୍ଲୀରେ ଦଳେ ଲୋକ ଭୋଜିଭାତ କରି ଜୁଆ ଖେଳୁଥିବା ଖବର ପାଇ ପୁଲିସ ଚଢ଼ଉ କରିଛି ।

ଘଟଣାସ୍ଥଳରୁ ପୁଲିସ ରନ୍ଧା ଯାଇଥିବା ମାଂସ ଭର୍ତି ହାଣ୍ଡି, ଭାତ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଜବତ କରିଛି । ଏହା ସହ ଗ୍ୟାସ, ଚୁଲା ଜବତ ସହ ୮ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନଙ୍କଠାରୁ ନଗଦ ୮ ହଜାର ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି ।

Comments are closed.