ବିଜେପିରେ ଯୋଗଦେବେ ଗମ୍ଭୀର

0

ନୂଆଦିଲ୍ଲୀ : କ୍ରିକେଟର ଗୌତମ ଗମ୍ଭୀର ଆଗାମୀ ଦିନରେ ରାଜନୀତିରେ ଯୋଗଦେବାକୁ ଯାଉଛନ୍ତି। ତେବେ ସେ ବିଜେପିରେ ଯୋଗ ଦେବେ ଓ ବିଜେପି ଟିକଟରେ ଦିଲ୍ଲୀରୁ ଲୋକସଭା ନିର୍ବାଚନ ଲଢିବେ ବୋଲି ଜଣାଯାଇଛି। ରିପୋର୍ଟ ଅନୁଯାୟୀ ଦୀର୍ଘ ଦିନ ଧରି ଦିଲ୍ଲୀରେ କ୍ଷମତା ଦଖଲ କରିବାରେ ବିଫଳ ହୋଇଥିବା ବିଜେପି ଗମ୍ଭୀରଙ୍କୁ ଆୟୁଧ କରି କ୍ଷମତାକୁ ଫେରିବାର ଯୋଜନା କରିଛି। ଗମ୍ଭୀରଙ୍କ ପୂର୍ବରୁ ନବଜୋତ ସିଂହ ସିଧୁ, ମହମ୍ମଦ କୈଫ, ପ୍ରବୀଣ କୁମାର ଓ ବିନୋଦ କାମ୍ବଲିଙ୍କ ଭଳି ପ୍ରମୁଖ କ୍ରିକେଟର ରାଜନୀତରେ ଯୋଗ ଦେଇସାରିଛନ୍ତି। ଗମ୍ଭୀର ୨୦୧୬ରେ ଶେଷ ଥର ପାଇଁ ଭାରତୀୟ କ୍ରିକେଟ ଦଳରେ ସ୍ଥାନ ପାଇଥିଲେ। ସେବେଠାରୁ ସେ ଦଳରୁ ବାଦ ପଡିଛନ୍ତି।

Leave A Reply