ଆଫ୍ରିଦିଙ୍କୁ କଡ଼ା ଜବାବ ଦେଲେ ଗମ୍ଭୀର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କଡ଼ା ମନ୍ତବ୍ୟ ଦେବା ପୂର୍ବତନ ପାକିସ୍ତାନ ଅଲ୍‌ରାଉଣ୍ଡର ସାହିଦ୍‌ ଆଫ୍ରିଦିଙ୍କ ପାଇଁ ମହଙ୍ଗା ପଡ଼ିଛି। ପାକିସ୍ତାନର ଏହି ପୂର୍ବତନ କ୍ରିକେଟରଙ୍କୁ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ଓ ହରଭଜନ ସିଂହ କଡ଼ା ଜବାବ ଦେଇଛନ୍ତି।

କେବଳ ସେତିକି ନୁହେଁ ଆଫ୍ରିଦିଙ୍କ ସମେତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ସେନାମୁଖ୍ୟ ଜେନରାଲ କମର ବାଜୱାଙ୍କୁ ଗାମ୍ଭୀର ଜୋକର ବୋଲି କହିଛନ୍ତି। ଆଫ୍ରିଦଙ୍କ ଏକ ଭିଡ଼ିଓରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୀରୁ ବୋଲି କହୁଥିବା ଦେଖିବାକୁ ମିଳିଥିଲା। ଏହାକୁ ମଧ୍ୟ ବହୁତ ଲୋକ ସେୟାର କରିଥିଲେ। ଏହା ପରେ ଗମ୍ଭୀର ଟ୍ବିଟ୍‌ କରି କହିଛନ୍ତି ଯେ, ପାକିସ୍ତାନ ପାଖରେ ୭ ଲକ୍ଷ ସେନା ରହିଛନ୍ତି ଓ ତାଙ୍କ ସହିତ ୨୦ କୋଟି ଲୋକ ମଧ୍ୟ ରହିଛନ୍ତି। ତଫାପି ଏମାନେ ୭୦ ବର୍ଷ ହେବ କାଶ୍ମୀର ପାଇଁ ଭିକ୍ଷା ମାଗୁଛନ୍ତି। ଆଫ୍ରିଦି, ଇମ୍ରାନ ଓ ବାଜ୍‌ୱାଙ୍କ ଭଳି ଜୋକର ମୋଦୀଙ୍କୁ ଗାଳି ଦେଇ ପାକିସ୍ତାନକୁ ଭୂଅାଁ ବୁଲାଉଛନ୍ତି। କାଶ୍ମୀର ମିଳିବା ଦୂରର କଥା ବୋଲି ଗାମ୍ଭୀର କହିଛନ୍ତି।

Comments are closed.