ପୂର୍ବ ଦିଲ୍ଲୀରୁ ବିଜେପି ପ୍ରାର୍ଥୀ ହେଲେ ଗୌତମ ଗାମ୍ଭୀର

ନୂଆଦିଲ୍ଲୀ .-  ପୂର୍ବତନ କ୍ରିକେଟିୟର ଗୌତମ ଗାମ୍ଭୀର ପୂର୍ବ ଦିଲ୍ଲୀ ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ହୋଇଛନ୍ତି । ବିଜେପି ପକ୍ଷରୁ ଜାରି କରାଯାଇଥିବା ନୂଆ ପ୍ରାର୍ଥୀ ତାଲିକାରେ ତାଙ୍କ ନାମ ପ୍ରକାଶିତ ହୋଇଛି । ମିନାକ୍ଷୀ ଲାଖାଙ୍କୁ ବି ପ୍ରାର୍ଥୀ ଦିଲ୍ଲୀରୁ ପ୍ରାର୍ଥୀ କରିଛି । ମିନାକ୍ଷି ନୂଆଦିଲ୍ଲୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ।

ବିଜେପି ଦିଲ୍ଲୀର ୬ଟି ଲୋକସଭା ଆସନରୁ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । କେବଳ ଉତ୍ତର ପଶ୍ଚିମ ଦିଲ୍ଲୀ ଆସନପାଇଁ ପ୍ରାର୍ଥୀଙ୍କର ନାମ ଘୋଷଣା କରାଯାଇ ନାହିଁ । କଂଗ୍ରେସ ଦିଲ୍ଲୀର ୬ଟି ଆସନରେ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରିଥିବା ଏନ୍‌ଡିଟିଭି ଖବରେ ସୂଚନା ଦିଆଯାଇଛି । ଉତ୍ତର ପଶ୍ଚିମ ଦିଲ୍ଲୀ ଏକ ସଂରକ୍ଷିତ ଆସନ  ବିଜେପିର ଉଦିତ ରାଜ ଏବେ ଏହାର ସାଂସଦ ଅଛନ୍ତି ।  ବିଜେପି ମହେଶ ଗିରିଙ୍କ ବଦଳରେ ଗୌତମ ଗାମ୍ଭୀରଙ୍କୁ ପୂର୍ବ ଦିଲ୍ଲୀରୁ ପ୍ରାର୍ଥୀ କରିଛି ।

Comments are closed.