ଗଲୱାନ ସହିଦ ସମେତ ୨୧୫ଜଣଙ୍କୁ ପୁଲିସ ସାହସିକତା ପଦକ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ୨୧୫ଜଣଙ୍କୁ ପୁଲିସ ସାହସିକତା ପଦକ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଚୀନ ସେନା ସହିତ ସଂଘର୍ଷରେ ସହିଦ ଆଇଟିବିପିର ୨୧ ଯବାନଙ୍କୁ ମରଣୋତ୍ତର ପୁଲିସ ସାହସିକତା ପଦକ ପ୍ରଦାନ କରାଯିବ। ଘୋଷଣା କରାଯାଇଥିବା ସାହସିକତା ପଦକ ମଧ୍ୟରୁ ଜମ୍ମୁ-କାଶ୍ମୀର ରାଜ୍ୟ ପୁଲିସକୁ ସର୍ବାଧିକ ୮୧ଟି ପଦକ ଓ ସିଆରପିଏଫକୁ ୫୫ଟି ପଦକ ମିଳିବ। ସ୍ୱତନ୍ତ୍ର ସେବା ନିମନ୍ତେ ୮୧ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ଓ ଉଲ୍ଲେଖନୀୟ ସେବା ପାଇଁ ୬୩୧ଜଣଙ୍କୁ ପୁଲିସ ପଦକ ପ୍ରଦାନ ନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଘୋଷଣା କରିଛି।

କରୋନା ଲଢେଇରେ ସାମିଲ ଆଇଟିବିପିର ୧୮ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳର ୪୦ ଓ ସିବିଆଇର ୩୨ ଅଧିକାରୀଙ୍କୁ ପୁଲିସ ପଦକ ପ୍ରଦାନ ନିମନ୍ତେ ମନୋନୟନ କରାଯାଇଛି। ଏହା ସହିତ ବିଭିନ୍ନ ରାଜ୍ୟର ପୁଲିସ କର୍ମଚାରୀ ପୁଲିସ ପଦକ ପାଇବାକୁ ମନୋନୀତ ହୋଇଛନ୍ତି। ଜାମ୍ମୁ-କାଶ୍ମୀରର ତିନିଜଣ ଆଇପିଏସ୍‍ ଅଫିସର ପୁଲିସ ସାହସିକତା ପଦକ ପାଇବାକୁ ମନୋନୀତ ହୋଇଛନ୍ତି।

Comments are closed.