ଗଲୱାନ୍ ହିଂସା : ମଙ୍ଗଳବାର ଭାରତ- ଚୀନ୍ କର୍ପସ କମାଣ୍ଡରସ୍ତରର ଆଲୋଚନା

ନୂଆଦିଲ୍ଲୀ : ଭାରତ-ଚୀନ ମଧ୍ୟରେ ସୀମାନ୍ତରେ ଉତ୍ତେଜନା ବଢି ଚାଲିଥିବା ବେଳେ ମଙ୍ଗଳବାର ଦିନ ଲେହର ଚୁସୁଲ ଜିଲ୍ଲାରେ ସାମରିକସ୍ତରୀୟ ଆଲୋଚନା ହେବ। ଏହି ସମସ୍ତ ବିଷୟରେ ଅବଗତ ଥିବା ଏକ ଉତ୍ସ ଏହି ବିଷୟରେ ସୂଚନା ଦେଇଛି । ମଙ୍ଗଳବାର ଦିନ ଚୁସୁଲରେ କର୍ପସ କମାଣ୍ଡରସ୍ତରୀୟ ଆଲୋଚନା ହେବ ବୋଲି ସେ ସୂଚନା ଦେଇଛନ୍ତି।
ଭାରତ ଏବଂ ଚୀନ୍ର ସର୍ବୋଚ୍ଚ ସାମରିକସ୍ତରର ପ୍ରତିନିଧିମାନେ ତୃତୀୟ ଥର ପାଇଁ ପରସ୍ପରକୁ ଭେଟିବେ। ଏହାପୂର୍ବରୁ ଦୁଇ ଥର କର୍ପ କମାଣ୍ଡରସ୍ତରୀୟ ବୈଠକ ଜୁନ୍ ୬ ଏବଂ ଜୁନ୍ ୨୨ରେ ଅନୁଷ୍ଠିତ ହୋଇଥିଲା।
Third round of Corps Commander-level talks scheduled tomorrow at 10:30 am in Chushul in Ladakh. The first two rounds had taken place in Moldo on Chinese side of the Line of Actual Control: Government Sources pic.twitter.com/Jl6yiRdtfC
— ANI (@ANI) June 29, 2020