ଓଡିଆ ଇଞ୍ଜିନିୟର ଜିତିଲେ  ମିସେସ୍‌ ଇଣ୍ଡିଆ ଗାଲାକ୍ସି ୨୦୧୮ ଟାଇଟେଲ୍‌

0

ଭୁବନେଶ୍ୱର.- ୩୦ ବର୍ଷୀୟା ଓଡିଆ ଇଞ୍ଜିନିୟର  ଅମିତା ପଣ୍ଡା ନୂଆଦିଲ୍ଲୀରେ ଅନୁଷ୍ଠିତ ମିସେସ୍‌ ଇଣ୍ଡିଆ ଗାଲାକ୍ସି-୨୦୧୮ ପ୍ରତିଯୋଗିତାର ବିଜୟୀନ ହୋଇଛନ୍ତି । ସେ କ୍ଲାସିକ୍‌ ଶ୍ରେଣୀରେ  ଏହି ଟାଇଟେଲ୍‌ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ  ସାରା ଦେଶରୁ ଚୟନ କରାଯାଇଥିବା ୪୦ ଜଣ ମହିଳାଙ୍କୁ ଅନ୍ତିମ ପର୍ଯ୍ୟାୟରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ମିଳିଥିଲା । ଟିଭି କଳାକାର ଦିବ୍ୟା ମଲ୍ଲିକ, ଫେସନ୍‌ ଡିଜାଇନର୍‌ ସାଦନ୍‌ ପାଣ୍ଡେ ଓ ସିଲଭ୍‌ ରୋଜର ଏଥିରେ ବିଚାରକ ରହିଥିଲେ । ଲକ୍ଷ୍ମୌର ୩୬ ବର୍ଷୀୟ ସୌମ୍ୟା ଶର୍ମା ଏହାର ସ୍ୱର୍ଣ୍ଣ ଶ୍ରେଣୀରେ ବିଜୟନୀ ହୋଇଛନ୍ତି ।

ଅମିତା ପଣ୍ଡା ଏବେ ଏକ ବହୁଦେଶୀୟ ସଫ୍ଟଓ୍ୱାର କମ୍ପାନୀରେ କାର୍ଯ୍ୟ କରୁଛନ୍ତି । ତାଙ୍କର ସ୍ୱାମୀ ପ୍ରଭଞ୍ଜନ ମହାପାତ୍ର ଜଣେ ହୃଦରୋଗ ବିଶେଷଞ୍ଜ । ଏହି ଦମ୍ପତିଙ୍କର ଏକ ୩ ବର୍ଷର ଝିଅ ଅଛି ।

Leave A Reply