ହିଲଟପ୍‍ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଶିବିର

ମୋହନା : ଗଜପତି ଜିଲ୍ଲା ମୋହନା ହିଲଟପ୍‍ ସ୍ନାତନ ମହାବିଦ୍ୟାଳୟରେ ୭ ଦିନ ଧରି ଚାଲିଥିବା ପୂଜାକାଳୀନ ସ୍ୱତନ୍ତ୍ର ସେବା ଶିବିର ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ, ମୁଖ୍ୟ ବକ୍ତା ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ, ସମ୍ମାନିତ ଅତିଥି ଶିକ୍ଷାବିତ୍‍ ମଧୁସୁଦନ ପାଢୀ, ଅଧ୍ୟାପକ ଜଗନ୍ନାଥ ପଣ୍ଡା, ଅଧ୍ୟାପିକା ଅଶ୍ମିତା ସ୍ୱାଇ ଯୋଗ ଦେଇଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ଉପସ୍ଥିତ ଉଭୟ ବାଳକ ଓ ବାଳିକା ବିଭାଗର ୫୦ ଜଣ ଶିବିରାର୍ଥୀଙ୍କୁ ଜାତୀୟ ସେବାର ଆଦର୍ଶ, ଆଭିମୁଖ୍ୟ, ଦର୍ଶନ, ପରୋପକାର, ସେବା ମନୋବୃତି ଉପରେ ଆଲୋକ ପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଯୋଜନାଅଧିକାରୀ ସନ୍ତୋଷ କୁମାର ନନ୍ଦ ଓ ଯୋଜନା ଅଧିକାରିଣୀ ରିତା କୁମାରୀ ଶତପଥି ପରିଚାଳନା କରିଥିଲେ।

Comments are closed.