ଆସନ୍ତାକାଲିଠୁ ପାରଳାଖେମୁଣ୍ଡି ୩ଦିନ ସଟଡାଉନ

ଗଜପତି : କରୋନା ସଂକ୍ରମଣ ବଢୁଥିବାରୁ ଜିଲା ପ୍ରଶାସନ ପକ୍ଷରୁ ଗଜପତି ଜିଲା ପାରଳାଖେମୁଣ୍ଡି ସହରକୁ ୩ଦିନିଆ ସଟଡାଉନ ଘୋଷଣା କରାଯାଇଛି।  ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଠାରୁ ୩ ଦିନ ପାଇଁ ଶଟଡାଉନ୍‌ ହେବ । ଏ ନେଇ ‌ଜିଲାପାଳ ଅନୁପମ ଶାହା ଘୋଷଣା କରିଛନ୍ତି । ସଟଡାଉନ ସମୟରେ ପାରଳାଖେମୁଣ୍ଡିକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ୍ କରାଯିବ। ୬୦ଟି ମେଡିକାଲ ଟିମ୍ ଦ୍ୱାରା ସହରବାସୀଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂ କରାଯିବ । ଏଥିପାଇଁ ୧୬ ସେକ୍ଟର ଅଫିସରଙ୍କୁ ନେଇ ଟିମ୍ ଓ ୪ଟି ପୁଲିସ ଟିମ୍ ନିୟୋଜିତ ହେବେ ବୋଲି ଜିଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି ।

Comments are closed.