ସୁରକ୍ଷା ଦୃଷ୍ଟିରୁ ଇଭିଏମ ସ୍ଥାନାନ୍ତର

ମୋହନା : ଅତି ଭୟଙ୍କର ସାମୁଦ୍ରିକ ଝଡ ‘ଫନି’କୁ ନେଇ ରାଜ୍ୟବାସୀ ଚିନ୍ତାରେ ରହିଛନ୍ତି। ସେହିପରି ‘ଫନି’କୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଗଜପତି ଏବଂ ଜଗତସିଂହପୁରର କିଛି ସ୍ଥାନରୁ ଇଭିଏମ ସ୍ଥାନନ୍ତର କରାଯାଇଛି। ସୂଚନା ଅନୁସାରେ ମୋହନା ଏବଂ ପାରଳାଖେମୁଣ୍ଡିର ଏମ୍‍.ଆର ହାଇସ୍କୁଲରେ ଥିବା ଇଭିଏମ ଓ ଭିଭିପ୍ୟାଟକୁ ଗଜପତି ଜିଲାପାଳଙ୍କ ନୂତନ କୋଠାକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଜଗତସିଂହପୁର ଲୋକସଭା ଏବଂ ବିଧାନସଭା ଅନ୍ତର୍ଗତ ସମସ୍ତ ବୁଥର ଇଭିଏମ ଏବଂ ଭିଭିପ୍ୟାଟ ଏସଭିଏମ ମହାବିଦ୍ୟାଳୟର ତଳ ମହଲାରେ ରହିଥିଲା, ଯାହାକୁ ପ୍ରଥମ ମହଲାକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ‘ଫୋନି’ ମେ’୩ ତାରିଖ ସକାଳ ୮ରୁ ୧୨ଟା ମଧ୍ୟରେ ପୁରୀ ପାଖ ଅଞ୍ଚଳରେ ସ୍ଥଳଭାଗ ଛୁଇଁବ।

Comments are closed.