ନିଖୋଜ ଶିଶୁପୁତ୍ର ଉଦ୍ଧାର

ଗଜପତି : ଗଜପତି ଜିଲାର କାଶୀନଗର କୁମୁଟିସାହିରୁ ନିଖୋଜ ହୋଇଥିବା ଶିଶୁପୁତ୍ର ଉଦ୍ଧାର ହୋଇଥିବା ନେଇ ଶୁକ୍ରବାର ଜଣାପଡିଛି। ଉକ୍ତ ଶିଶୁଟି ଘର ଠାରୁ ୩ କିମି ଦୂରରେ ଥିବା କଇଥପଦର ଗାଁରେ ଥିବା ଏକ ନିର୍ମାଣଧୀନ ଘରୁ ପରିବାରର ସମ୍ପର୍କୀୟ ମାନେ ଉଦ୍ଧାର କରିଥିଲେ ବୋଲି ଜଣାପଡ଼ିଛି। ତେବେ ପିଲାଟିକୁ କିଏ ଓ କାହିଁକି ଅପହରଣ କରିଥିଲା , ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଖବର ପାଇ କାଶୀନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତ ୧୬ ତାରିଖରେ ଶିଶୁଟି ଘର ନିକଟରୁ ନିଖୋଜ ହୋଇଯାଇଥିଲା।

Comments are closed.