ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ

ମୋହନା : ଗଜପତି ଜିଲ୍ଲା ମୋହନା ସ୍ଥିତ ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ବାଳକ ବିଭାଗ ପକ୍ଷରୁ ସୁବାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ ହୋଇଯାଇଛି। ଏହି ପାଳନ ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ସିମାଚଂଳ ସାହୁ ଅଧ୍ୟକ୍ଷତା କରି ଉଭୟ ମହାପୁରୁଷଙ୍କ ଅବଦାନ, ବ୍ୟକ୍ତିତ୍ୱ, ବଳିଦାନ ତଥା ଭାରତ ସ୍ୱାଧିନତା ପାଇଁ ଆପ୍ରାଣ ଉଦ୍ୟମ ଅବ୍ୟହତ ରଖିଥିବା ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିରଷ୍ଠ ଶିକ୍ଷାବିତ୍‍ ମଧୁସୁଦନ ପାଢୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ଅଧ୍ୟାପକ ଭଗବାନ ବିଷୋୟୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟର ୨ ଶହରୁ ଊର୍ଦ୍ଧ୍ବ ଶିକ୍ଷାର୍ଥୀ ଯୋଗଦାନ କରିଥିବା ବେଳେ ସେବା ଯୋଜନା ଅଧିକାରୀ ଡ.ଅନ୍ତର୍ଯ୍ୟାମୀ ଗୌଡ ସମସ୍ତ କାର୍ଯ୍ୟକୁ ସୁପରିଚାଳନା କରିଥିଲେ।

Comments are closed.